Breaking News

ସତ୍ୟବାଦୀ ନିର୍ବାଚନର ମଣ୍ଡଳୀର ବିଜେଡି ପ୍ରାର୍ଥୀ ସଞ୍ଜୟଦାସ ବର୍ମା ସାମ୍ବାଦିକ ସମ୍ମଳନୀ କଲେ


 


ସାକ୍ଷୀଗୋପାଳ --- ବହୁ ବାଦ ବିବିଦା ପରେ ବିଜେଡିର ବିଧାନସଭା ପ୍ରାର୍ଥୀ ଭାବେ ବ୍ରହ୍ମଗିରୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି । ଯାହାକୁ ନେଇ ପୁରୀର ଏକ ହୋଟେଲରେ ସତ୍ୟବାଦୀ ଓ କଣାସ ବ୍ଳୂକର ଗଣପ୍ରତିନଧି ମାନଙ୍କୁ ନେଇ ଏକ ସମ୍ମଳନୀ କରିଥିଲେ । ଏହି ସମ୍ମଳନୀରେ ଶ୍ରୀ ବର୍ମାଙ୍କ ସହିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବ୍ଳକ ସଭାପତି ପ୍ରମୋଦ ରାଉତରାୟଙ୍କ ସହିତ ସତ୍ୟବାଦୀ ବ୍ଳକର ପୂର୍ବତନ   ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, କଣାସ ବ୍ଳକର ସଭାପତି ଓ କଣାସ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୁଶୀଳ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ବର୍ମା କହିଥିଲେ ଯେ ବିଜେଡି ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ମୁଁ ସତ୍ୟବାଦୀରୁ ପ୍ରାର୍ଥୀ ହୋଇଛି । ଏଣୁ ମୁଖମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ସନମାନ ଜଣାଇ ପ୍ରଭୁ ସାକ୍ଷୀଗୋପିନାଥଙ୍କ କରୁଣାକୁପା ଲାଭ କରି ମୁଁ ଏ ନିର୍ବାଚନ ବତୈରଣୀ ପାର ହେବି ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି କହିଥିଲେ ।ଏଥିପାଇଁ ଆପଣ ମାନଙ୍କ ସହଯୋଗ ନିହାତି ଆବଶ୍ୟକତା ରହିଛି । ଏହି ନିର୍ବାଚନ ମଣ୍ଡଳୀ ମାଟି ହେଉଛି ଏକ ପୁଣ୍ୟ ମାଟି । ଏହି ମାଟିର ବିକାଶ ପାଇଁ ପ୍ରଥମେ ସୁଆଣ୍ଡୋ ସ୍ଥିତ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଉନ୍ନତି କରଣ କରାଯିବା ସହ ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରାଯାଇଛି । ଏହା ସହିତ ସାକ୍ଷୀଗୋପାଳରେ ଓଡିଆ ବିଶ୍ୱ ବିଦ୍ୟାଳୟ କରି  ବିଜେଡି ସରକାର ସେହି ପଞ୍ଚସଖାଙ୍କ ପାଦତଳେ ଏକ ଭେଟି ପ୍ରଦାନ କରିଛନ୍ତି । ଆଗକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ବର୍ମା କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୩/୨୦୨୪   Sakhigopal News, 29/3/2024

Popular Posts