Breaking News

କଡାକଡି ହେବ ଆଚରଣବିଧି; ୭୨୪ କେନ୍ଦ୍ରରେ ଭୋଟ ଦେବେ ଭୋଟର




ଭଞ୍ଜନଗର--- ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମେ ୨୦ ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ର ଆସିକା ଲୋକସଭା ଆସନ ସହ ଭଞ୍ଜନଗର,ଆସିକା ଓ ସୋରଡା ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।ତିନି ବିଧାନସଭା କ୍ଷେତ୍ରରେ ୬ ଲକ୍ଷ ୭୩ ହଜାର ୬୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରେ ୩ ଲକ୍ଷ ୫୦ ହଜାର ୭୮୫ ଜଣ ପୁରୁଷ,୩ ଲକ୍ଷ ୨୨ ହଜାର ୮୨୧ ଜଣ ମହିଳା ଓ ୪୭ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି।ଚଳିତଥର ୧୪ ହଜାର ୫୭୬ ଜଣ ନୁଆ ଭୋଟର ସାମିଲ ହୋଇଛନ୍ତି।ମତଦାନ ପାଇଁ ୭୨୪ ଟି ବୁଥ୍ କରାଯାଇଛି।ଚଳିତ ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କୁ ଜୋରଦାର୍ କରାଯାଇଛି।ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଦେବା ସହ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୁଚନା ଦେଇଛନ୍ତି।

ଉପଖଣ୍ଡରେ ନିର୍ବାଚନ ପରିଚାଳନା ୭୨୪ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।୭୨୪ ଜଣ ଲେଖାଏଁ ପ୍ରଥମ ପୁଲିଂ, ଦ୍ବିତୀୟ ପୁଲିଂ, ତୃତୀୟ ପୁଲିଂ, ଚତୁର୍ଥ ପୁଲିଂ,ପଞ୍ଚମ ପୁଲିଂ ଅଫିସର ଙ୍କୁ ନିଯୁକ୍ତି ଦିଆଯାଇଛି।ଉପଖଣ୍ଡର ଆସିକା,ଭଞ୍ଜନଗର ଓ ସୋରଡା ବିଧାନସଭା ଆସନ ପାଇଁ ମୋଟ ୭୨୪ ବୁଥ୍ ହୋଇଥିବା ବେଳେ ସେଥିରୁ ୩୦ ଟା ବୁଥ୍ କୁ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି।ସେହିପରି ୧୨୧ ଟି ପିଙ୍କ୍ ବୁଥ୍,୩ ଟି ଦିବ୍ୟାଙ୍ଗ ଓ ୩ ଟି ଇକୋଫ୍ରେଣ୍ଡଲି ବୁଥ୍ କରାଯାଇଛି।ଚଳିତ ନିର୍ବାଚନ ରେ ୮୫ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଙ୍କ ପାଇଁ ଗୃହ ମତଦାନ ବ୍ୟବସ୍ଥା ହୋଇଛି।୬୦ ପ୍ରତିଶତ ବୁଥରେ ଓ୍ବେବ୍ କାଷ୍ଟିଙ୍ଗ୍ ହେବ।ଏହା ସହ ବୁଥରେ ମାଇକ୍ରୋ ଅବଜରଭର ଓ ଭିଡିଓ ଗ୍ରାଫି ନିୟୋଜିତ ରହିବେ।ସବୁ ବୁଥରେ ସେଡ୍,ଆଲୋକ,ପାଣି ଓ ଶୌଚାଳୟ ପାଇଁ ବ୍ୟବସ୍ଥା କରାଯାଇଛି।ପ୍ରଚାର ପାଇଁ ଆବଶ୍ୟକ ଥିବା ସ୍ଥାନ, ସାଉଣ୍ଡ୍ ଓ ଯାନବାହନ ପାଇଁ ପ୍ରାର୍ଥୀ ଙ୍କୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି।ସୁବିଧା ପୋର୍ଟାଲ ମାଧ୍ୟମରେ ପ୍ରାର୍ଥୀ ଅନୁମତି ନେଇ ପାରିବେ।

 ସେହିପରି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ସମ୍ପର୍କରେ ଜନସାଧାରଣ ସି-ଭିଜିଲ ପୋର୍ଟାଲ ରେ ଫଟୋ ଓ ଭିଡିଓ ଅପଲୋଡ଼ କରି ଅଭିଯୋଗ କରିପାରିବେ।ନିର୍ବାଚନ ସମ୍ପର୍କିତ ଯେକୌଣସି ଅଭିଯୋଗ ପାଇଁ ୧୯୫୦ କୁ କଲ୍ କରିପାରିବେ।ନିର୍ବାଚନ ର ସ୍ବଚ୍ଛତା ନିମନ୍ତେ ଫ୍ଲାଇଙ୍ଗ୍ ସ୍କ୍ବାର୍ଡ,ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍,ଭିଡିଓ ସର୍ଭେଲାନ୍ସ ଟିମ୍ ସମେତ ବିଭିନ୍ନ ଟିମ୍ ଗଠନ କରାଯାଇଥିବା ଉପଜିଲ୍ଲାପାଳ ଶ୍ରୀ ସେଠୀ ସୁଚନା ଦେଇଛନ୍ତି।ସବୁଥର ଭଳି ଚଳିତ ଥର ମଧ୍ୟ ଉପଖଣ୍ଡର ତିନି ନିର୍ବାଚନ ମଣ୍ଡଳୀ ପାଇଁ ଗୋଟିଏ ସ୍ଥାନରେ ଭୋଟ ଗଣତି କରାଯିବ।ଭଞ୍ଜନଗର ର କେଏସୟୁବି କଲେଜରେ ଭୋଟ ଗଣତି ସହ ଷ୍ଟ୍ରଙ୍ଗ୍ ରୁମ୍ ରହିବ।ପୁଲିଂ ଟିମ୍ ଗୁଡିକ ମଧ୍ୟ ସେଠାରୁ ବାହାରିବେ।ଉକ୍ତ ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର, ଉପଖଣ୍ଡର ସମସ୍ତ ବିଡିଓ ଓ ତହସିଲଦାର ଙ୍କ ସମେତ ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୩/୨୦୨୪----୮,୩୫ Sakhigopal News,20/3/2023

Blog Archive

Popular Posts