ତେନ୍ତୁଳିଆ ରେ ଚବିଶିପ୍ରହର ଅଖଣ୍ଡ ନାମ ଯଜ୍ଞ
ଭଞ୍ଜନଗର - ଜଗନ୍ନାଥ ପ୍ରସାଦ ବ୍ଲକ ବି.ଡିପୁର ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଦଧିବାମନ ସ୍ବାମୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ଉଦଯାପିତ ହୋଇଥିଲା । ଏହି ଅବସରରେ ଉଦଯାପନୀ ଦିବସରେ ରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନାମଯଜ୍ଞରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ପଞ୍ଚାନନ ପାଳ, ସମାଜସେବୀ ଶୂଳପାଣି ଶତପଥୀ, ପ୍ରମୋଦ କୁମାର ପ୍ରଧାନ ଯୋଗଦେଇ ଥିଲେ । ନାମଯଜ୍ଞ ଯୋଗ ଦେଇଥିବା ଅତିଥି ମାନଙ୍କୁ ତେନ୍ତୁଳିଆ ଗ୍ରାମର ବହୁ ମହିଳା, ପୁରୁଷ ଙ୍କ ସମତେ କନ୍ଧମାଳ ସାଂସଦଙ୍କ ଜଗନ୍ନାଥପ୍ରସାଦ ବ୍ଳକ୍ ପ୍ରତିନିଧି ବିପ୍ର ଚରଣ ବାରିକ, ବି.ଡି.ପୁର ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ, ଖଦାଳସ୍ୱାଇଁ, କାହ୍ନୁ ଚରଣ ପରିଛା, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଧବଳେଶ୍ୱର ସ୍ୱାଇଁ, ପ୍ରଭାକର ପଣ୍ଡା, ଗଙ୍ଗାଧର ସାହୁ, କୃଷ୍ଣ ଚନ୍ଦ୍ର ସେଠୀ, ପ୍ରହଲ୍ଲାଦ ବିଶ୍ୱାଳ, ଜଳନ୍ଧର ସ୍ୱାଇଁ, ଆଡ଼ଭୋକେଟ ଅଜିତ କୁମାର ଦାସ ପ୍ରମୁଖ ସ୍ୱାଗତ କରିବା ସହିତ ପରିଚାଳନା ରେ ସହଯୋଗ କରିଥିଲେ । ଏହିଭଳି ଧାର୍ମିକ ଓ ଅଧ୍ୟାର୍ମି୍କ କାର୍ଯ୍ୟାକ୍ରମ କୁ ନିଷ୍ଠାପର ସହ ଆୟୋଜନ କରିଥିବାରୁ ଗ୍ରାମବାସୀ,ଅନୁଷ୍ଠାନର କର୍ମକର୍ତ୍ତା ଓ ଯୁବ ସ୍ବେଚ୍ଛାସେବୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ ମନ୍ତ୍ରୀ ଶ୍ରୀ ଆରୁଖ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୩/୨୦୨୪---୮,୪୫ Sakhigopal News,4/3/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୩/୨୦୨୪---୮,୪୫ Sakhigopal News,4/3/2024