Breaking News

ଅଦିନିଆ ବର୍ଷାରେ ଧୋଇଗଲା ରାସ୍ତା; ନିମ୍ନମାନର ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ




ଜଟଣୀ :-  କାଳ ବୈଶାଖୀ ଅଦିନିଆ ବର୍ଷାରେ ରାସ୍ତା ଧୋଇହୋଇ ସାଧାରଣ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହୋଇଛି l ସୂଚନା ମୁତାବକ ପୂର୍ବତଟ ରେଳବାଇ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ଅନେକ ଉନ୍ନତିମୂଳକ କର୍ଯ୍ୟ ହାତକୁ ନେଇଛନ୍ତି l ସେଥି ମଧ୍ୟରୁ ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ୩ କିଲୋମିଟର ଦୂରରେ ଥିବା ହରିପୁର ଜଂକ୍ସନ ଷ୍ଟେସନ ନିର୍ମାଣ କରାଯାଇଥିଲା l ଯାତ୍ରୀ ମାନଙ୍କ ସୁବିଧା ପାଇଁ ଲୋକକଲୋନୀ ପଟରୁ ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ହରିପୁର ଷ୍ଟେସନ ୩ କିଲୋମିଟର ବ୍ୟାପି ଏକ ନୂତନ ପିଚୁ ରାସ୍ତା ନିର୍ମାଣ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରେଲୱେର ପୂର୍ତ୍ତ ବିଭାଗ ତଥା ଇଞ୍ଜିନିୟର ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ତଥା ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକାରେ ୩ କୋଟି ୩ ଲକ୍ଷ ଟଙ୍କାର କାମ ଟେଣ୍ଡର ଦିଆଯଇଥିଲା l ଠିକାଦାର ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତରବରିଆ ଭାବେ ସଠିକ ପ୍ରଣାଳୀରେ କାର୍ଯ୍ୟ ନ କରି ମାଟି ଉପରେ ପିଚୁ ପକାଇ ରାସ୍ତା କାମ ସାରିଦେଇଥିଲେ l ଯାହା ଫଳରେ ଏକ ସପ୍ତାହ ମଧ୍ୟରେ ରାସ୍ତାରୁ ପିଚୁ ଉଠି ରାସ୍ତାର ଶୋଚନୀୟ ଅବସ୍ଥା ଦେଖି ଜନସାଧାରଣଙ୍କ ଅଭିଯୋଗ ପରେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ ରେଲୱେ କତ୍ତୃପକ୍ଷ ତରବରିଆ ଭାବେ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାମଟି ସ୍ଥଗିତ ରଖିଥିଲେ l କିଛିମାସ ପରେ ରାସ୍ତାର ପୁନଃ ନିର୍ମାଣ ପାଇଁ ଟେଣ୍ଡର ପ୍ରକାଶ କରି  ଚୟନ ପକ୍ରିୟାରେ ଠିକାଦାରକୁ ରାସ୍ତା କାମ କରିବାକୁ ନିର୍ଦେଶ ପାଇ ରାସ୍ତା ନିର୍ମାଣ ଆରମ୍ଭ କଲେ l ପ୍ରଥମେ ଦୁଇଟି ପାଣି ନାଳ ଶଙ୍ଖ ନିର୍ମାଣ କରି ସମ୍ପୂର୍ଣ୍ଣ ରାସ୍ତାରୁ ପିଚୁ ତାଡି କଂକ୍ରିଟ ରାସ୍ତା ତିଆରି ଆରମ୍ଭ କଲେ l ରାସ୍ତାକୁ ଦୁଇ ଭାଗ କରି ଏକ ପାର୍ଶ୍ଵ ଛାଡି ଅନ୍ୟ ପାର୍ଶ୍ୱରେ କଂକ୍ରିଟ ପକାଇ ସେଥିରେ ଲୁହା ରଡ଼ ବାନ୍ଧି ବିପଦ ସଂକୁଳ ଅବସ୍ଥାରେ ଏକ ସପ୍ତାହ ଧରି ରାସ୍ତା କାମ ନ କରି ଠିକାଦାର ଚୁପ ବସିବା ଫଳରେ ରାସ୍ତାରେ ଜନସାଧାରଣ ଯିବାଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଏହାମଧ୍ୟରେ ଆରମ୍ଭ ହୋଇଥିବା କାଳ ବୈଶାଖୀ ଅଦିନିଆ ବର୍ଷାରେ ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇ ଖାଲଖମାରେ ପରିଣତ ହୋଇଯାଇଛି । ସେଥିରେ ପାଣି ଜମା ହେବା ଫଳରେ ସେହି ରାସ୍ତାରେ ସାଇକେଲ ଆରୋହୀ ଏବଂ ମଟର ସାଇକେଲ ଆରୋହୀ ତଥା ପଥଚାରିଙ୍କ ଯିବା ଆସିବା ସମୟରେ ଖାଲରେ ପଡି ଖଣ୍ଡିଆ ଖାବରା ହୋଇ କ୍ଷତିଗ୍ରସ୍ତ ହେବା ଖବର ମିଳିଛି l  ୩ କିଲୋମିଟର ରାସ୍ତା ନିର୍ମାଣକୁ ଦୁଇ ଦୁଇ ଥର ଟେଣ୍ଡର ପ୍ରକ୍ରିୟା କରି କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏଥିରେ ରେଲୱେର ଉଚ୍ଚପଦସ୍ଥ ଅଧିକାରୀ ତଥା ଇଞ୍ଜିନିଅର ବାବୁ ଏହି ରାସ୍ତା ନିର୍ମାଣ ସମୟରେ ତଦାରଖ ନ କରିବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି l ଏହି ରାସ୍ତାଟି କେବେ ସଠିକ ଭାବେ ସମ୍ପୂର୍ଣ୍ଣ ନିର୍ମାଣ କାମ ସରୁଛି ତାହା ଦେଖିବାର ବାକି ରହିଲା l ଯାହାକି ରେଲୱେ ପ୍ରଶାସନିକ ଅଧିକାରୀ ମାନେ ଲାଞ୍ଚ ଖାଇ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି l କେନ୍ଦ୍ରସରକାରଙ୍କ ଭିଜିଲାନ୍ସ ବିଭାଗ ଏଥିରେ ହସ୍ତକ୍ଷେପ କରି ତଦନ୍ତ କରିବା ସହ ଦୁର୍ନୀତି ଖୋରଙ୍କୁ ଉଚ୍ଚିତ ଦଣ୍ଡବିଧାନ ଦେବାକୁ ସାଧାରଣରେ ଦାବି ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୩/୨୦୨୩---୮,୫୫ Sakhigopal News,22/3/2024

Popular Posts