Breaking News

ସମାଜସେବୀ ତଥା ଦିବଂଗତ୰କିଶୋର ଚନ୍ଦ୍ର ପ୍ରଧାନଙ୍କ ସ୍ମୃତି ସଭା

ଭଞ୍ଜନଗର-- କୂର୍ମିକ୍ଷତ୍ରିୟ ଜିଲୁଣ୍ଡି ଅଞ୍ଚଳ ସଂସ୍ଥାର ପୂର୍ବତନ ସଂପାଦକ ତଥା ସମାଜସେବୀ ୰କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗରେ   ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। କୂର୍ମିକ୍ଷତ୍ରିୟ ଜିଲୁଣ୍ଡି ଅଞ୍ଚଳ ସଂସ୍ଥାର ସଭାପତି ସରୋଜ କୁମାର ରାଉଳ ସଭାପତିତ୍ବ କରିଥିଲେ । ଦିବଂଗତ  କିଶୋର ଚନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟାପଣ କରାଯିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।୰କିଶୋର ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତା ପରେ ସ୍ମୃତି ସଂଗୀତ ପରିବେଷଣ କରିଥିଲେ ଟନୀଷା ରାଣୀ ସ୍ଵାଇଁ, ମନୀଷା ପ୍ରଧାନ ଓ ତୁଳସୀ ପ୍ରଧାନ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ଵନାଥ ରାଉତ, ନେତାଜୀ ବିଷୋୟୀ , ନିରଞ୍ଜନ ପ୍ରଧାନ,ପଦ୍ମ ଚରଣ ପ୍ରଧାନ, ଦିବାକର ଲେଙ୍କା, ଶିକ୍ଷକ ସଂଞ୍ଜୟ ପ୍ରଧାନ, ଭଂଜ କିଶୋର ପ୍ରଧାନ,ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଦିବଂଗତ ବ୍ୟକ୍ତିତ୍ଵଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ ୰କିଶୋର ଚନ୍ଦ୍ର ପ୍ରଧାନ ଜଣେ ଅନ୍ୟନ ପ୍ରତିଭାଧାରୀ ବ୍ୟକ୍ତିତ୍ଵ ଥିଲେ। ରାଧାକୃଷ୍ଣ ପାଠାଗାର ବାଉଁଶଲୁଣ୍ଡିର ସେ ଥିଲେ ପୂର୍ବତନ ସଭାପତି ତଥା ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟିର ଉପସଭାପତି। ସେ ଜଣେ ସମାଜସେବୀ ତଥା ସୁ ସଂଗଠକ ଥିଲେ।୰କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗ ସମାଜ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ତାଙ୍କର କୃତି ଓ ସ୍ମୃତି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ରହିବ। ନିଖିଳ ଉତ୍କଳ କୂର୍ମିକ୍ଷତ୍ରିୟ ସଂସ୍ଥା ଜିଲୁଣ୍ଡି ଅଞ୍ଚଳର ସମ୍ପାଦକ ସଂଯୋଜନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୩/୨୦୨୪---୮,୫୫ Sakhigopal News,3/3/2024

Blog Archive

Popular Posts