Breaking News

ପଦର୍ଶନୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ



ଜଟଣି :--ସ୍ଥାନୀୟ କୁସୁମାଟି ସ୍କୁଲ ଖେଳ ପଡିଆରେ ୧୫  ବର୍ଷରୁ କମ ବୟସର ଖେଳାଳିଙ୍କୁ ନେଇ ଏକ ପଦର୍ଶନୀ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  l ସୂଚନା ମୁତାବକ ସ୍ଥାନୀୟ କୁସୁମାଟି ଗ୍ରାମର ଫ୍ରେଣ୍ଡ ପାରାଡାଇଜ ଫୁଟବଲ କ୍ଲବ ପକ୍ଷରୁ ସ୍କୁଲ ଖେଳପଡିଆରେ ଆୟୋଜିତ
୨୫ ତମ ଶ୍ରୀବତ୍ସ ମେମୋରିଆଲ ଫୁଟବଲ । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ପୂର୍ବରୁ ଆୟୋଜିତ କ୍ଲବର ଖେଳାଳି ସଦସ୍ୟମାନଙ୍କ ଉଚ୍ଚ ଚିନ୍ତାଧାରା ନେଇ ଛୋଟ ଛୋଟ ଶିଶୁଙ୍କର ଫୁଟବଲ ଖେଳପ୍ରତି ଆଗ୍ରହ ତଥା ଗ୍ରାମବାସୀଙ୍କ ଉତ୍ସାହିତ ବଢାଇବା ପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ଜଟଣୀ ସହରରେ ଗଠିତ ଫୁଟବଲ ପ୍ରଶିକ୍ଷଣ ଶିବିରର ୧୫ ବର୍ଷରୁ କମ ଖେଳାଳି ମାନଙ୍କୁ ନେଇ ୨ ଦଳରେ ବିଭକ୍ତ କରି ଫାଓ ଏକାଦଶ (ଏ) ଏବଂ ଫାଓ ଏକାଦଶ ( ବି) ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ସଂଘର୍ଷ ପୂର୍ଣ୍ଣ ଖେଳରେ ଫାଓ ଏକାଦଶ (ବି) ଦଳର ୮ ନଂ ଜର୍ସି ଖେଳାଳି ଏମଡି. ୟୁଜେଫା ଦ୍ଵିତୀୟାର୍ଧର ଛଅ ମିନିଟରେ ଏକ ସୁନ୍ଦର ଗୋଲ ଦେଇ ଦଳକୁ ୧/0 ଗୋଲରେ ଦଳକୁ ବିଜୟୀ କରିଥଲେ l ଏହି ଖେଳକୁ ମୁଖ୍ୟ ମ୍ୟାଚ ରେଫେରୀ ଭାବେ ରମେଶ ପାଇକରାୟ ରହିଥିଲେ ।  ତାଙ୍କୁ ଲାଇନରେ ସହଯୋଗ କରିଥିଲେ ରେଫେରୀ ସୌମ୍ୟ ପଟ୍ଟନାୟକ ଏବଂ ରାଜୁ ମହାନ୍ତି  l ଫୁଟବଲ ଖେଳ ପ୍ରଶିକ୍ଷକ ପ୍ରେମାନନ୍ଦ ବରାଳ ସହ ସ୍ଥାନୀୟ ଗ୍ରାମବାସୀ ଏବଂ ସିନିୟର ଖେଳାଳି ମାନେ ସହଯୋଗର ହାତ ବଢ଼ାଇଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୩/୨୦୨୪---୯,୧୦ Sakhigopal News,23/3/2024

Popular Posts