ଅତୀତ
ମନେ ପଡୁଅଛି ସେ ହୋଲି ପରବ ଆମର ଛୋଟିଆ ଗାଆଁ ,
ରଙ୍ଗ ପିଚକାରୀ ଧରି ହାତେ ଗଲେ ମୋ ପ୍ରିୟା ହୁଏ ଛାନିଆଁ ,
ରଙ୍ଗ ବେରଙ୍ଗର ଫଗୁ ଉଡି ଉଡି ଆକାଶ ହୁଏ ରଙ୍ଗେଇ,
ଫଗୁଣ ମାସର ଆହ୍ଲାଦ ବେଳାରେ ରଙ୍ଗାୟିତ ଦିଶେ ନଈ,
ଗାଆଁ ଦାଣ୍ଡେ ମୁହିଁ ଘୁରି ବୁଲି ବୁଲି ପାଳୁଥିଲି ଦିନେ ହୋଲି,
ସାଙ୍ଗସାଥୀ ମେଳେ ମଠ ପଡିଆଟି ହେଇଯାଉଥିଲା ନାଲି ,
ସେ ଅତୀତ କାହୁଁ ବଇରୀ ସାଜିଣ ଦୂରାଇ ନେଲାଟି ମତେ,
ମୋ ଭାଇ ଭଉଣୀ ସେହି ପଡିଆରେ ହୋଲି ଖେଳୁଥିବେ ସତେ ।
ମାନସ ରଞ୍ଜନ ପଟ୍ଟନାୟକ
ନିମବସନ୍ତ ହରିରାଜପୁର ଜଟଣୀ ପୁରୀ