ଆଗାମୀ ନିର୍ବାଚନ ପୂର୍ବରୁ ପୁଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ ଆରମ୍ଭ
ଜଟଣୀ : -ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିର୍ବାଚନ ମଣ୍ଡଳୀ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭାବେ ଜଣାଶୁଣା। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରିବା ପାଇଁ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ନେତୃତ୍ଵରେ ଜଟଣୀ ପୁଲିସ ଓ ସିଆରପିଏଫ ପକ୍ଷରୁ ପୌରାଞ୍ଚଳ ଓ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ଠାରୁ ଫ୍ଳାଗ୍ ମାର୍ଚ୍ଚ ଆରମ୍ଭ କରାଯାଇଛି l ଚଳିତ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଛି । ଉତ୍ତେଜନା ପ୍ରବଣ ଓ ଅତି ଉତ୍ତେଜନା ପ୍ରବଣ ବୁଥ୍ ଅଞ୍ଚଳରେ ଜଟଣୀ ପୁଲିସ ପକ୍ଷରୁ ପୁଲିସ ଅଧିକାରୀ, ପ୍ଲାଟୁନ ଫୋର୍ସ ଓ ସିଆରପିଏଫ ମୁତୟନ ରହି ସମ୍ଭାବ୍ଯ ଗଣ୍ଡଗୋଳ ଉପରେ ଦୃଷ୍ଟି ରଖିବେ l ସେହିପରି ନିର୍ବାଚନ ସମୟରେ କୌଣସି ବି ପ୍ରକାର ଗଣ୍ଡଗୋଳକୁ ପ୍ରଶ୍ରୟ ନଦେବା ପାଇଁ ଥାନାଧିକାରୀ ଶ୍ରୀ ବଳିଆରସିଂହ ପ୍ରତ୍ୟକ୍ଷ ଭାବେ ତିରିମଲ, ବେଣାପଞ୍ଜୁରି, କନ୍ତିଆ, ହରିପୁର, ଛଣଘର, ପଦନପୁର ଓ ତରାବୋଇ ପଞ୍ଚାୟତରେ ବୁଲି ପରିସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୩/୨୦୨୪---୮,୪୫ Sakhigopal News,7/3/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୩/୨୦୨୪---୮,୪୫ Sakhigopal News,7/3/2024