Breaking News

ଗୁରୁକୁଳ ଉତ୍ସବ ୨୦୨୩ ଦ୍ୱିତୀୟ ସନ୍ଧ୍ୟା, ପେଟେଣ୍ଟ ମେଡିସିନ ନାଟକରେ ଦର୍ଶକ ବିଭୋର


ସାକ୍ଷୀଗୋପାଳ ---- ଗୁରୁକୂଳ ଉତ୍ସବ ର ଦ୍ୱିତୀୟ ସନ୍ଦ୍ୟାକୁ ଗୁରୁକୂଳ ର ପ୍ରତିଷ୍ଠାତା ଗୁରୁ ରାମହରି ଦାସ ,ଗୁରୁ ଧନେଶ୍ଵର ସ୍ବାଇଁ , ସମ୍ପାଦକ ହିମାଂଶୁ ଶେଖର ସ୍ବାଇଁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ  ଶୁଭାରମ୍ଭ କରିଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟନରୁ ଆରମ୍ଭ ହୋଇ ହାସ୍ୟ ରସାତ୍ମକ ପେଟେଣ୍ଟ ମେଡ଼ିସିନ ନାଟକରେ ଶେଷ ହୋଇଥିଲା।  ଦ୍ବୈତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗୁରୁ ବିଜୟା ନନ୍ଦ ନାୟକଙ୍କ ଦୁଇ ଶିଶ୍ୟା ସୁଶ୍ରୀ ସୁଭାଷିନୀ ରାଉତ ଏବଂ ନେହା ନିହରିକା କର ପ୍ରସ୍ତୁତ କରିଥଲେ। ତବଲା ରେ ଗୁରୁ କୃଷ୍ଣ ଚନ୍ଦ୍ର ବରାଳ ସହଯୋଗ କରିଥିଲି। ପରେ ପରେ ଗୁରୁ ବିଶ୍ବରଂଜନ ନନ୍ଦ ଏବଂ ସାଥୀ କରକାରଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଯାହାକି ଗୁରୁ ଧନେଶ୍ଵର ସ୍ୱାଇଁ ସଂଯୋଜନା କରିଥଲେ। ତୃତୀୟ ରେ ଦଳ ଗତ ଓଡ଼ିଶୀ ନୃତ୍ୟ ନାଟିକା ଗ୍ଲାନି ସଂହାର ଜାଗୃତି ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଗୁରୁ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଗୁରୁ ତ୍ରିଲୋଚନ ସାହୁ ପରିଚାଳନା କରିଥିଲେ। ଅନ୍ତିମ ପର୍ଯ୍ୟାୟ ରେ ବ୍ୟାସ କବି ଫକୀରମୋହନ ସେନାପତିଙ୍କ ରଚିତ ପେଟେଣ୍ଟ ମେଡ଼ିସିନ ନାଟକ ଶ୍ରୀ ପ୍ରସନ୍ନ କୁମାର ସାମନ୍ତ ଏବଂ ସାଥୀ ଭୁବନେଶ୍ୱର ଙ୍କ ଦ୍ଵାରା ପରିବେଷିତ ହୋଇଥଲା। ଉପସ୍ଥିତ ଦର୍ଶକ ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ। ଗୁରୁକୂଳ ର ପ୍ରତିଷ୍ଠାତା ଗୁରୁ ରାମହରି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୩/୨୦୨୪----୯,୩୫ Sakhigopal News,30/3/2024

Popular Posts