ନୂତନ ଜିଲ୍ଲାପାଳ ସତ୍ୟବାଦୀରେ ଜନଶୁଣାଣିରେ ଯୋଗ ଦେଲେ; ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ନୂତନ ଜିଲ୍ଲାପାଳଙ୍କ ଜନଶୁଣାଣି ଣିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭିନ୍ନ ବିଭାଗରୁ ୪୫ ଗୋଟି ଅଭିଯୋଗ ଆସିଥିବା ବେଳେ ୧୫ଟି ଅଭିଯୋଗ ଜିଲ୍ଲାପାଳ ତୁରନ୍ତ ସମାଧାନ କରିଥିଲେ । ଅନ୍ୟ ଗୁଡିକ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ବିଚାର କରିବାପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଜିଲ୍ଲାପାଳ ସିର୍ଦ୍ଦାଥ ଶଙ୍କର ସ୍ୱାଇଁ, ଜିଲ୍ଲାପାଳଙ୍କ ଜନଶୁଣାଣି ବିଭାଗର ଅଧିକାରିଣି ପ୍ରିୟଦର୍ଶୀ ମଲ୍ଲିକ, ଏସଡିପିଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପ୍ସା ରାୟ, ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ ଓ ଏବିଡିଓ ସଲିଲ କୁମାର ଦାଶ ଉପସ୍ଥିତ ରହି ଜନଶୁଣାଣି କରିଥିଲେ । ନରେନ୍ଦ୍ରପୁର ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ତାଙ୍କ ପଞ୍ଚାୟତରେ ନୂତନ ରାସନ କାର୍ଡ କରାଯାଉନାହିଁ ବୋଲି ଅଭିଯୋଗ ଆଣିବା ସହ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ଆଣିଥିଲେ । ଜିଲ୍ଲାପାଳ ଅଭିଯୋଗକୁ ଗ୍ରହଣ କରି ଖରାଦିନ ଅଗାରୁ ତୁରନ୍ତ ପାନୀୟ ଜଳ ସମସ୍ୟା ଦୂର କରିବା ସହ ରାଶନ କାର୍ଡ ସମ୍ପର୍କେ ବ୍ଳକରଯୋଗାଣ ବିଭାଗର ଅଧିକାରିଣୀ ଜୟନ୍ତୀ ହରିଚନ୍ଦନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଶୁକଳ ପଞ୍ଚାୟତର ବାଟୁଳିପଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ରାସ୍ତାରେ କରାଯାଇଥିବା ଡଲେଇ ରାସ୍ତା କରରେ ବିରାଟ ଖାଲ ରହିଛି ଯାହାକି ଛୋଟ ଛୋଟ ପିଲା ମାନେ ପଡିକି ଖଣ୍ଡିଆ ଖାବେରା ହେଉଥିବା ବିଶ୍ୱଜିତି ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁବିଭାଗୀୟ ଜେଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଳିସ ଗ୍ରାମର ଶାନ୍ତି ସେଠୀ ଅଭିଯୋଗ ଆଣିଛନ୍ତି ଯେ ଏକ ବର୍ଷ ତଳେ ଆବାସଯୋଜନାରେ ଘର ପାଇଥିଲେ ଏବଂ ସେ ଘରର ଛାତ ପକାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ବିଲ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଏହିପରି ଭର୍ତ୍ତା, ରାଶନକାର୍ଡ, ଶିକ୍ଷା, ରାସ୍ତା, ପାନୀୟ ଜଳ ଆବାସ ଯୋଜନା ସମ୍ପର୍କେ ଅଭିଯୋଗ ଆସିଥିଲା । ବ୍ଳକର ସହକାରୀ ଯନ୍ତ୍ରୀ ବିଜୟାନନ୍ଦ ଗୋଛାୟତଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଜନଶୁଣାଣି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୩/୨୦୨୪---୭,୧୦ Sakhigopal News, 4/3/2024