Breaking News

ଅର୍ଥମନ୍ତ୍ରୀ ଙ୍କ ଦ୍ଵାରା ବନ-ବିଶ୍ରାମ ଗୃହ ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ



ଭଂଜନଗର - ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ,ମୁଜାଗଡ କାର୍ଯ୍ୟାଳୟ ପରିସରରେ ନୂତନ ବନ ବିଶ୍ରାମଗୃହ ନିର୍ମାଣ ସକାଶେ ଅର୍ଥମନ୍ତ୍ରୀ ଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ  ହୋଇଛି । ପୂର୍ବରୁ ଥିବା ବିଶ୍ରାମ ଗୃହଟି ଦିର୍ଘ ଦିନ ହେଲା ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ମନ୍ତ୍ରୀ ଶ୍ରୀ ଆରୁଖ ଙ୍କ ନଜରକୁ ଆସିବାପରେ ପୂନର୍ବାର ଏକ ନୂତନ ବିଶ୍ରାମ ଗୃହ ନିର୍ମାଣ କରିବାପାଇଁ ଜଙ୍ଗଲ ବିଭାଗକୁ ଚିଠି ଲେଖିଥିଲେ  । ଏବଂ ନୂତନ ବିଶ୍ରାମ ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ବନସଂରକ୍ଷକ ସଞ୍ଜୟ କୁମାର ସ୍ବାଇଁ , ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଶୁଂ ଶେଖର ମହାନ୍ତି , ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ , ସହକାରୀ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ , ସୁବ୍ରତ କୁମାର ପାତ୍ର , ରଜତ କୁମାର ମିଶ୍ର , ମୁଜାଗଡ ସରପଞ୍ଚ ସୁକାନ୍ତି ସେଠୀ , ସମିତିସଭ୍ୟ ବଟ କୃଷ୍ଣ ଦଳବେହେରା , ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ, କୁମର ବହେରା ସମେତ ସ୍ଥାନୀୟ ଗ୍ରାମବାସୀ , ବନପାଳ ଓ ବନରକ୍ଷୀ ପ୍ରମୁଖ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୩/୨୦୨୪----୮,୫୦ Sakhigopal News,8/3/2024

Blog Archive

Popular Posts