ବିଦ୍ୟାଳୟ ପରିସରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ନହଳା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ପାଞ୍ଚମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅତିଥି ମାନଙ୍କ ଦ୍ବାରା ଉନ୍ହୋଚିତ ହୋଇଯାଇଛି । ଉତ୍କଳ ସ୍ୱାଭିମାନ ମଞ୍ଚ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଶହୀଦ ଜୟକୃଷ୍ଣ ରାଜଗୁରୁ ମହାପାତ୍ର , ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୁସୁଦନ ଦାସ ଏବଂ ଓଡ଼ିଶାର ପ୍ରଥମ ବାରିଷ୍ଟର ବିଶ୍ଵନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତିକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଅନୁଷ୍ଠିତ ସ୍ମୁତି ଚାରଣ ସଭାରେ ସ୍ୱାଭିମାନ ମଞ୍ଚର ସଭାପତି ଶ୍ରୀ ରାଧାକାନ୍ତ ଦାଶ ପୌରହିତ୍ଯ କରିଥିଲେ । ସୁଶ୍ରୀ ହରପ୍ରିୟା କର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ସଂଯୋଜନା କରିଥିଲେ । ପ୍ରଥମେ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ସ୍ୱାଗତ ସଂଗୀତ ଗାଇବା ପରେ ଅତିଥି ମାନେ ଶ୍ରୀ ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷାବିତ ରମେଶ ଚନ୍ଦ୍ର ପଣ୍ଡା, ହରଚଣ୍ଡୀ ବିଦ୍ଯାଳୟ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ,ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ହୋତ଼ା, ପ୍ରାକ୍ତନ ବ୍ଯାଙ୍କ ଅଧିକାରୀ ବାସୁଦେବ ସାହୁ , ରବିନାରାୟଣ ମହାନ୍ତି , ଶିକ୍ଷାବିତ ଗୋବିନ୍ଦ ଫାରକ ,ସିଆରସି କୁନିମଣି ଦେବୀ , ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ବେହେରା, ଆଇନଜୀବୀ ସୁଶାନ୍ତ କୁମାର ରଥ, ନିଳକଣ୍ଠ ବାରିକ, ସ୍କୁଲ୍ କମିଟି ସଭାପତି ରମେଶ ବେହେରା, ଶରତ ଚନ୍ଦ୍ର ମିଶ୍ର, ବିଜୟ କୁମାର ପରିଡ଼ା, ଆର୍ତ୍ତ ମଲ୍ଲିକ, ସୁରେଶ ଚ଼ନ୍ଦ୍ର ମିଶ୍ର , ନବଘନ ଶତପଥୀ ପ୍ରମୁଖ ମହାପୁରୁଷଙ୍କ ଜୀବନାଦର୍ଶ ସଂପର୍କରେ ମତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ କବିତା ପ୍ରତିଯୋଗିତା କରାଯାଇ ପୁରଷ୍କୃତ କରାଯାଇ ଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୩/୨୦୨୪----୮,୧୦ Sakhigopal News,9/3/2024