ବାବା ବିଶ୍ବନାଥ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବ୍ରତଓପନୟନ ଅନୁଷ୍ଠିତ
ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ର ବାବା ବିଶ୍ବନାଥ ମନ୍ଦିର ନିକଟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ୨୮ତମ ବ୍ରାହ୍ମଣ ପିଲା ଙ୍କର ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି। ଏବର୍ଷ ୫ ଜଣ ପିଲା ବ୍ରତ ହୋଇଛନ୍ତି। ଏହି ବ୍ରତୋପନୟନ ସ୍ଵର୍ଗତ ବୀରବଲ ଅଗ୍ରୱାଲା ବ୍ରତ କରିଆସୁଥିଲେ ତାଙ୍କ ପରେ ସ୍ଵର୍ଗତ କୈଳାସ ଅଗ୍ରୱାଲ କରୁଥିଲେ, ତାଙ୍କ ପରେ ବର୍ତ୍ତମାନ ରୁକ୍ମଣୀ ଦେବୀ, ତାଙ୍କ ପୁତ୍ର ଦିଲିପ କୁମାର ଅଗ୍ରୱାଲ, ସୁନୀଲ କୁମାର ଅଗ୍ରୱାଲ ଓ ଅନ୍ୟାନ୍ୟ ଭାଇମାନେ ସମସ୍ତେ ମିଶି ଏବର୍ଷ ମଧ୍ଯ ବ୍ରତୋପନୟନ କରିଥିଲେ। ଏଥିରେ ପଣ୍ଡିତ ଭାବରେ ପଣ୍ଡିତ ଦୁଃଖୀଶ୍ଯାମ ମିଶ୍ର, କୁନୁ ତ୍ରିପାଠୀ, ମାଧବାନନ୍ଦ ମହାପାତ୍ର ଉପସ୍ଥିତ ରହି ବ୍ରତୋପନୟନ କାର୍ଯ୍ୟ ତୁଲାଇଥିଲେ ।ଏହି ଅବସରରେ ଗୋସାଲା ଲାୟନ୍ସ କ୍ଲବର ସମ୍ଭବ ପ୍ରୟାସ ତରଫରୁ ସର୍ବ ସାଧାରଣ ମାନଙ୍କ ପାଇଁ ପାନୀୟ ଜଳର ଓ ଲେମ୍ୱୁ ଚାହା ର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ବାବା ବିଶ୍ବନାଥ ମନ୍ଦିର ରେ ମହାଦେବ ବାବା ଙ୍କ ଦର୍ଶନ କରିଥିଲେ ଓ ବ୍ରତୋପନୟନ ଦେଖିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୩/୨୦୨୪---୮,୫୫ Sakhigopal News,8/3/2024
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୩/୨୦୨୪---୮,୫୫ Sakhigopal News,8/3/2024