ସତ୍ୟବାଦୀ ବ୍ଳକ ବିଜେଡି ପକ୍ଷରୁ ବିଜୁବାବଚଙ୍କ ଜନ୍ମ ଦିବସ ପାଳିତ
ସାକ୍ଷୀଗୋପାଳ----ପଟ୍ଟନାୟିକିଆ ସ୍ଥିତ ନଡିଆ ଫାର୍ମ ପରିସରରେ ଥିବା ଚଣ୍ଡୀମନ୍ଦିର ପ୍ରାଙ୍ଗଣରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗ ଦେଇ ବିଜୁବାବୁଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଜୁବାବୁ କିପରି ନିଜ ରାଜନୈତିକ ସମୟରେ ପଞ୍ଚାୟତର କ୍ଷମତାକୁ ସରଳ କରିବା ପାଇଁ କ୍ଷମତା ବାଣ୍ଟି ଦେବା ସହ ପଞ୍ଚାୟତ ରାଜନୀତିରେ ମହିଳା ମାନଙ୍କୁ ସାମିଲ କରିଥିଲେ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ଶୁକଳ ସମିତିସଭ୍ୟ ଜଳନ୍ଦର ସେଠୀ, ନରେନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟା ପ୍ରଶାନ୍ତ ମହାପାତ୍ର, ନରେନ୍ଦ୍ରପୁର ସରପଞ୍ଚ ଗୌରାଙ୍ଗ ମଲିକ, ସମିତିସଭ୍ୟା ଝରଣା ମଲିକ, ଆଳିସ ପଞ୍ଚାୟତର ସମିତିସଭ୍ୟ ବିପିନି କୁମାର ବେହେରା, ଅଳଗୁମ ପଞ୍ଚାୟତର ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ, ବୀରରାମଚନ୍ଦ୍ରପୁର ସମିତିସଭ୍ୟକିଶୋର ଭୋଇ, ରାୟଖଣ୍ଡୀ ସମିତିସଭ୍ୟା ରମାମଣି ପାତ୍ର ପ୍ରମୁଖ ଯୋଗଦେଇଥିଲେ । ବ୍ଳକ ଅଧ୍ୟକ୍ଷ ଶ୍ରୀ ରାଉତ କହିଥିଲେ ଯେ ଏବେ ଆମେ ବଡ ସମସ୍ୟାରେ ପଡି ଯାଇଛେ । ଯେଉଁମାନେ ଦଳକୁ ପଛରୁ ଛୁରୀ ମାରିଥିଲେ ସେମାନେ ଆଗାମୀ ନିର୍ବାଚନରେ ନୂତନ ପ୍ରାର୍ଥୀଙ୍କ ପାଖରେ ରହିଥିବା ଜଣାପଡିଛି । ଏବେ ଆମେ ସେମାନଙ୍କ ସହିତ ଚଳିବୁ ନାହିଁ । ଯଦି ବିଜେଡି ଦଳର ନେତା ମାନେ ଆମକୁ ସଠିକ ନ୍ୟାୟ ପ୍ରଦାନ ନକରନ୍ତି ତା ହେଲେ ଆମେ ଦଳଠାରୁ ଦୂରରେ ରହିବୁ ବୋଲି ବେଢଠକରେ ସର୍ବସମ୍ମତିକ୍ରମେ ନିସ୍ପତି ଗ୍ରହଣ କରାଯାଇଛି । ପରେ ପରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସଦମାନ୍ତରାୟ ସେଠାରେ ଯୋଗ ଦେଇ ମୁଁ ତମ ପାଖରେ ରହିଛି ତମେ ଆମେ ବିଜେଡି ଦଳର କର୍ମୀ ତମେ ଦଳୀୟ ନେତାଙ୍କ ନିସ୍ପତିକୁ ସମ୍ମାନ ଜଣାଇ କାର୍ଯ୍ୟ କରିବା ପାଇଁ କର୍ମୀ ମାନଙ୍କୁ ବୁଝାଇଥିଲେ । ମାତ୍ର କର୍ମୀ ମାନେ ଉଡାକାଉ ମାନଙ୍କ ସହିତ କାର୍ଯ୍ୟ କରି ପାରିବେ ନାହିଁ ବୋଲି ରୋକଠୋକ କହିଥିଲେ । ମାତ୍ର ରାଜନୀତିରେ ସବୁକିଛି ଅସମ୍ଭବ ସମ୍ଭବପର ହୋଇ ପାରିବ ବୋଲି କର୍ମୀ ମାନେ ମତ ପ୍ରକାଶ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୪---୭,୧୦ Sakhigopal News, 5/3/2024