Breaking News

ସାକ୍ଷୀଗୋପାଳ ରେଳ ଫାଟକ ଭାଙ୍ଗିଲା, ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଲା


    ସାକ୍ଷୀଗୋପାଳ ------ସାକ୍ଷୀଗୋପାଳ - ମନ୍ଦିର ,ଅଳଗୁମ ରାସ୍ତାର ସାକ୍ଷୀଗୋପାଳ ବଡ ବଜାର  ରେଳ ଫାଟକ ହଠାତ୍ ଗୋଟିଏ ପଟ ଅଧା ଭାଙ୍ଗି ଅଟକି ରହିଯାଇଥିଲା  । ଏଥିପାଇଁ  ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଥିଲା  । ଘଣ୍ଟାଏ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମଟର ଅଡକି ରହିଥିଲା  । ଶେଷରେ ଗେଟ କିପର ଜନ ସାଧାରଣଙ୍କ ସୁରକ୍ଷା ପାଇଁ  ଅସ୍ଥାୟୀ ଗେଟ୍ ପକାଇ ରଖିଥିଲେ । ଅନ୍ୟ ପକ୍ଷରେ ଗେଟ୍ କିପର ଠାରୁ ସୂଚନା ପାଇ  ଷ୍ଟେସନ ମାଷ୍ଟର ମେକାନିକ ପଠାଇ ମରାମତି କରିଥିଲେ  । ତେବେ ମରାମତି ବିଳମ୍ବ ହେବାରୁ ଗାଡିଚାଳକ ମାନେ ମନ୍ଦିର ବାଇପାସ୍ ରାସ୍ତାରେ ଯିବାକୁ ବାଧ୍ଯ ହୋଇଥିଲେ  ।   ଅନ୍ଯପକ୍ଷରେ କିଛିଦିନ ତଳେ ଏଠାରେ ଓଭର ବ୍ରିଜ କରାଯିବା ପାଇଁ ପ୍ରଧାନମନ୍ତ୍ରୀ ଭୂମିପୂଜା କରିସାରିଛନ୍ତି  । ପ୍ରଶାସନ ତରଫରୁ ଜନଶୁଣାଣି ସରିଛି  ।    ଅର୍ଥ ମଞ୍ଜୁର ହୋଇଛି । ହେଲେ ଓଭରବ୍ରିଜ ନିର୍ମାଣ କାମ ଆରମ୍ଭ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  । ତୁରନ୍ତ ଏଠାରେ ଓଭରବ୍ରିଜ ନିର୍ମାଣ କାମ ଆରମ୍ଭ କରାଯିବାକୁ ଜନସାଧାରଣ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ରେଳ ଫାଟକ ଟି ଅନେକ ଥର ଭାଙ୍ଗି ପଡୁଥିବା ବେଳେ ଅନେକ ସମୟରେ ଲକ ପଡି ରହିଥାଏ । ଯାହା କି ଜନସାଧାରଣ ଅସୁବିଧା ରେ ପଡୁଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୩/୨୦୨୪-----୮,୪୫ Sakhigopal News,20/3/2024

Popular Posts