ବୋମାମାଡ଼ ଘଟଣାରେ ତିନି ଅଭିଯୁକ୍ତ ଗିରଫ
ଜଟଣୀ : - ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମ ଟାଙ୍ଗି ସାହିରେ ଗୋଷ୍ଠୀ ବିବାଦକୁ ନେଇ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଘଟିଥିବା ବୋମାମାଡ଼ ଘଟଣାରେ ପୁଲିସ ଅଭିଯୋଗକାରୀ ମହମ୍ମଦ ସୁଫୀୟାନ୍
ଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଏମଡି ମଝାର ଓରଫ ବାବୁ (୩୪),ଏମଡି ନୁରସତ୍ ଓରଫ ଚନ୍ଦୁ (୩୨), ଏମଡି ଅମଜାଦ ଓରଫ ଅମ (୪୫) ଅଭିଯୁକ୍ତଙ୍କୁ ଗିରଫ କରି କେଶ୍ ନମ୍ବର ୮୪/୨୪ ରେ କୋର୍ଟଚାଲାଣ କରିଛନ୍ତି । ଉକ୍ତ ବୋମାମାଡରେ ଦୁଇଜଣ ଆହତ ହୋଇ ଜଟଣୀ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ, ଘଟଣା ଉପରେ ନଜର ରଖିଥିଲେ l ସୂଚନା ଅନୁଯାୟୀ ଗତ ୩ମାସ ପୂର୍ବରୁ ବେଣାପଞ୍ଜୁରି ଗ୍ରାମର ଦୁଇ ଦଳୀୟ ଯୁବକ ଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ ହେତୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଯେଉଁଥିପାଇଁ ଉଭୟ ଦଳର ଭଦ୍ରଲୋକମାନେ ସମସ୍ୟାର ସମାଧାନ କରିଥିଲେ। ବରିଷ୍ଠ ଭଦ୍ରଲୋକଙ୍କ ଉଦ୍ୟମ ସତ୍ତ୍ୱେ ଉଭୟ ଦଳର ଯୁବକମାନେ ପରସ୍ପରରଙ୍କ ଠାରୁ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ । ତେବେ ଗତ କାଲି ଅପରାହ୍ନରେ ନୁଆ ମସଜିଦ ସାହିର କିଛି ଯୁବକ ଓ ପିଲାମାନେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ତରାବୋଇ ଯାଇଥିଲେ । ଯେଉଁଠାରେ ଅଭିଯୁକ୍ତମାନେ ମଧ୍ୟ କ୍ରିକେଟ ମ୍ଯାଚ ଦେଖୁଥିଲେ। ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୁଆ ମସଜିଦ ସାହିର ଯୁବକମାନଙ୍କୁ ଆକ୍ଷେପ କରି ବିଦ୍ରୁପ କରିବାରୁ ଉଭୟ ଗୋଷ୍ଠୀ ପରସ୍ପରଙ୍କୁ ଅଶ୍ଳୀଳ ଭାଷା କହିବା ସହ ଧମକ ମଧ୍ୟ ଦେଇଥିଲେ । ଏହା ପରେ ଉଭୟ ଗୋଷ୍ଠୀ ସେମାନଙ୍କର ସାହିକୁ ଫେରିଆସିଥିଲେ । ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଅତ୍ୟନ୍ତ ରାଗିଯାଇଥିଲେ ଏବଂ ନୁଆ ମସଜିଦ ସାହିରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଯୋଜନା କରିଥିଲେ। ତେଣୁ ଯୋଜନା ମୁତାବକ ସେମାନେ କିଛି ସୁତୁଲି ବୋମା ନେଇ ମୋଟରସାଇକେଲ ଯୋଗେ ନୁଆ ମସଜିଦ ସାହିକୁ ଯାଇଥିଲେ ଏବଂ ଅଭିଯୋଗକାରୀଙ୍କର ଘର ନିକଟରେ ଉପସ୍ଥିତ ଥିବା ମହିଳା, ଯୁବକ ଓ ପିଲାମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୨ଟି ସୁତୁଲି ବୋମା ଫିଙ୍ଗିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଭିଯୋଗକାରୀଙ୍କର ମା ଏବଂ କିଛି ଯୁବକ ଓ ପିଲାମାନେ ଏଥିରେ ଅତ୍ୟନ୍ତ ଗୁରୁତର ହୋଇଥିଲେ । ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ଥିବାରୁ ଶବ୍ଦ ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ଏକଜୁଟ ହୋଇଯାଇଥିଲେ ଏବଂ ଅଭିଯୁକ୍ତ ମାନଙ୍କୁ କାବୁ କରିବାକୁ ଚେଷ୍ଠା କରିଥିଲେ । ଏହା ଦେଖି ଅଭିଯୁକ୍ତ ମାନେ ସେମାନଙ୍କୁ ଧମକ ଦେବା ସହ ଘଟଣା ସ୍ଥଳରୁ ଚାଲିଯିବା ବେଳେ ସାଙ୍ଗରେ ଆଣିଥିବା ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଫୋନ ଘଟଣା ସ୍ଥଳରେ ଛାଡି ଚାଲି ଯାଇଥିଲେ । ଖବରପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ଓ ମୋବାଇଲ ଫୋନ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ତେବେ ଶନିବାର ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ରେଲୱେ ଷ୍ଟେସନ୍ ନିକଟରୁ ଗିରଫରୁ ବର୍ତ୍ତିବା ପାଇଁ ଖସି ପଳାଉଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୩/୨୦୨୪----୯,୧୦ Sakhigopal News,3/3/2024