ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଦନ୍ତା ହାତୀର ମୃତ୍ୟୁ, ଅସୁସ୍ଥ ଥିବା ସନ୍ଦେହ
ଭଞ୍ଜନଗର- ଏକା ଏକା ବୁଲୁଥିଲା, ମଧ୍ୟାହ୍ନରେ ଟଳିପଡିଲା ଦନ୍ତା । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ର ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ବେରୁହାଁବାଡି ଗାଁକୁ ଲାଗିରହିଥିବା ଚନ୍ଦ୍ରଗିରି ଜଙ୍ଗଲରେ, ରବିବାର ଦିନ ଦନ୍ତା ହାତୀର ମୃତ୍ୟୁ ହୋଇଛି । ସକାଳେ , ହାତୀଟି ଗାଁକୁ ଲାଗିରହିଥିବା ଜଳାଶୟରେ ଦୀର୍ଘ ସମୟଧରି ଠିଆହୋଇ ରହିଥିଲା । ବନବିଭାଗ ମଧ୍ୟ ଦୀର୍ଘ ସମୟ ଧରି ହାତୀକୁ ଜଗି ରହିଥିଲେ । କିଛି ସମୟ ପରେ ହାତୀଟି ନିକଟସ୍ଥ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିଲା । ପରେ ପରେ ଜଙ୍ଗଲ ଭିତରେ ହାତୀଟିର ମୃତ୍ୟୁ ହୋଇଥିଲା । ତେବେ ଅସୁସ୍ଥତା କାରଣରୁ ହାତୀଟିର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସୋମବାର ଦିନ ମୃତ ହାତୀର ବ୍ୟବଛେଦ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ସକାଳେ ବେରୁହାଁବାଡି ଗାଁ ନିକଟରେ ହାତୀଟି ଅସ୍ବାଭାବିକ ଭାବେ ଦୀର୍ଘ ସମୟଧରି ଠିଆହୋଇ ରହିଥିଲା । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ଦେଖିଥିଲେ । ବନବିଭାଗ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରାୟ ୬/୭ ଘଣ୍ଟା ପରେ ହାତୀଟି ସଂରକ୍ଷିତ ଜଙ୍ଗଲ ଆଡକୁ ଯାଇଥିଲା । ଏବଂ ସେଠାରେ ତା'ର ମୃତ୍ୟୁ ହୋଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ହାତୀଟି କୁ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ଵ ବୟସ ହେବ । ଏବଂ ଗତ ଦୁଇଦିନ ପୂର୍ବରୁ ହାତୀଟି ଅନ୍ୟ ବନଖଣ୍ଡରୁ ଆସିଥିବା ସନ୍ଦେହ କରାଯାଉଛି । ସନ୍ଧ୍ୟା ରେ ଆଞ୍ଚଳିକ ବନ ସଂରକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସୋମବାର ଦିନ ଯୁଗ୍ମ ଅନୁଧ୍ୟାନକାରୀ ଟିମ୍ ଏବଂ ବିଶେଷଜ୍ଞ ଦଳଙ୍କ ଉପସ୍ଥିତି ରେ ତଦନ୍ତ କରାଯିବ ଏବଂ ବ୍ୟବଛେଦ କରାଯିବ । ତଦନ୍ତ ପରେ ହାତୀ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି, ବିଭାଗ ପକ୍ଷରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୪----୫,୨୦ Sakhigopal News,1/4/2024