ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ
ଜଟଣୀ -ସେଣ୍ଟ୍ରାଲ୍ ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କ, କଟକ୍ ସହଯୋଗରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସିଏସଆର ସେଲ୍ ଦ୍ୱାରା ଜଟଣୀ କ୍ୟାମ୍ପସ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଯେଉଁଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦ୍ୱାରା ୨୫୦ ୟୁନିଟ୍ ରୁ ଅଧିକ ରକ୍ତଦାନ ସଂଗ୍ରହ କରାଯାଇଛି |
କ୍ୟାମ୍ପରେ ଥିବା ସେଣ୍ଟ୍ରାଲ ରେଡ କ୍ରସ ବ୍ଲଡ ବ୍ୟାଙ୍କର ଡାକ୍ତର ଏବଂ କର୍ମଚାରୀମାନେ ଏହି କ୍ୟାମ୍ପ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତରେ ରକ୍ତ ଅଭାବ ରହିଛି । ରକ୍ତ ଦାନ କରି, କାହାର ଜୀବନ ରକ୍ଷା କରିପାରିବା ଏକ ମହତ କାମ ବୋଲି କହିଥିଲେ ।
ଏହି ଅବସରରେ ଉଦବୋଧନ ଦେଇ ସେଣ୍ଟ୍ରାଲ
ରେଡକ୍ରସ୍ ବ୍ଲଡ ବ୍ୟାଙ୍କ କଟକ ର ନିର୍ଦ୍ଧେଶକ ଡ଼. ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି ।ରକ୍ତ ଅଭାବୀ ରୋଗୀଙ୍କ ପାଇଁ ରକ୍ତ ଦାନ କରି ଆମେ ସମାଜ ସେବାରେ ଆସିବା ସହିତ ଆତ୍ମସନ୍ତୋଷ ଲାଭ କରିପାରିବା । ଏହିଭଳି ଗୁରୁତ୍ବପୂର୍ଣ ଆବଶ୍ୟକତା ସମୟରେ ସହଯୋଗର ହାତ ବଢାଇଥିବା ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ପରିଚାଳକଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ଦାସ କହିଥିଲେ ।
ସେଣ୍ଟ୍ରାଲ୍ ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଡ. ସାଙ୍ଗ୍ରାମ କେଶରୀ ସ୍ଵାଇଁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
୨୬ତମ ରକ୍ତଦାନ ଶିବିରକୁ ପ୍ରଫେସର ଜଗନ୍ନାଥ ପାଡି, ନିର୍ଦ୍ଦେଶକ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର କ୍ୟାମ୍ପସ, ଡ଼ ଚନ୍ଦ୍ରିକା ପ୍ରସାଦ ଦାସ, ନିର୍ଦ୍ଦେଶକ, ସେଣ୍ଟ୍ରାଲ ରେଡ କ୍ରସ୍ ବ୍ଲଡ ବ୍ୟାଙ୍କ, କଟକ, ଡ଼. ରାମ ପ୍ରସାଦ ରାୟ, ଡାକ୍ତର ସେଣ୍ଟ୍ରାଲ ରେଡ କ୍ରସ ବ୍ଲଡ ବ୍ୟାଙ୍କ, କଟକ ଉଦ୍ଘାଟନ କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୩/୨୦୨୪---୯,୧୦ Sakhigopal News,20/3/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୩/୨୦୨୪---୯,୧୦ Sakhigopal News,20/3/2024