Breaking News

ଜଟଣୀ ବ୍ଲକ ପରିସରରେ ନବୀନ କାର୍ଡ ବଣ୍ଟନ


ଜଟଣୀ  -ଜଟଣୀ ପଞ୍ଚାୟତ ସମିତି ପରିସର ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ନବୀନ କାର୍ଡ ବଣ୍ଟନ ର ଶୁଭାରମ୍ଭ ହୋଇଯାଇଛି ।  ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମୁଜିବୁଲ୍ଲl ଖାଁ ଯୋଗ ଦେଇଥିଲେ। ଜଟଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରଶ୍ମିତା ନାଥ, ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ୍ ଅଫିସର ଡକ୍ଟର ଜିତେନ୍ଦ୍ର ପଣ୍ଡା, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ମାନେ ସେଠାରେ ଉପସ୍ଥିତ ଥିଲେ। ଜଟଣୀ ପଞ୍ଚାୟତ ସମିତି ରେ ,୧୫ ଟି ପଞ୍ଚାୟତ ରୁ ସମୁଦାୟ ୧୭୮୫ ହିତାଧୀକାରୀ ଯାଞ୍ଚ ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ନବୀନ କାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୩/୨୦୨୪-----୧୦,୨୫ Sakhigopal News,6/3/2024

Blog Archive

Popular Posts