ଗଞ୍ଜାମ ଜିଲ୍ଲା ଆମେଚର ବଡି ବିଲ୍ଡିଂ ଆସୋସିଆସନ ପ୍ରତିଯୋଗିତାରେ ପରେଶ ବାରିକ ଙ୍କୁ ରୌପ୍ୟ ପଦକ
ଭଞନଗର-
ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ବଡି ବିଲଡର୍ ଚାମ୍ପିଅନସିପ୍ ରେ ପରେଶ କୁମାର ବାରିକ(ରାଜା) ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଜିତିବା ସହ ଆର୍ଥିକ ଦଶ ହଜାର ଟଙ୍କା ପୁରସ୍କାର ରାଶି ପାଇଛନ୍ତି ।ରାଜା ହେଉଛନ୍ତି ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡି.ପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ତଥା ପୂର୍ବତନ ବ୍ଲକ ଭାରପ୍ରାପ୍ତ ଅଧକ୍ଷା ଶ୍ରୀମତୀ ଗୀତାରାଣୀ ବାରିକ ଓ ଜଗନ୍ନାଥ ପ୍ରସାଦ ବ୍ଲକ କନ୍ଧମାଳ ସାଂସଦଙ୍କ ପ୍ରତିନିଧି, ଗଞ୍ଜାମ ଜିଲ୍ଲା ବିଜେଡି ସଂପାଦକ ତଥା ଭଂଜନଗର ଘରୋଇ ବସ ମାଲିକ ସଂଘ ସଂପାଦକ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ଙ୍କ ଏକ ମାତ୍ର ପୁତ୍ର ଅଟନ୍ତି । ପରେଶ ଭି ଜଣେ ଆଇନ ସ୍ନାତକ । ଆଜକୁ ପାଞ୍ଚ ବର୍ଷ ହେଲା ସେ ଅକ୍ଲାନ୍ତ ପରିଶ୍ରମ କରି ସେ ଏହିଭଳି କୃତକାର୍ଯ୍ୟ ହୋଇଛନ୍ତି । ଆଗକୁ ଆହୁରି ଉଚ୍ଚ ସ୍ଥାନ କୁ ଯିବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ଏହି ଭଳି କାର୍ଯ୍ୟକ୍ରମ ରେ ଭାଗ ନେଇ ରୋପ୍ୟ ପଦକ ଲାଭ କରିଥିବାରୁ ସ୍ଥାନୀୟ ଅଂଚଳ ବାସୀ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣେଇବା ସହ ଗଞ୍ଜାମ ଜିଲ୍ଲା ଜିମ୍ ସେଣ୍ଟର ସାଥି ବା ଶୁଭେଚ୍ଛୁ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୩/୨୦୨୪-----୮,୫୫ Sakhigopal News,30/3/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୩/୨୦୨୪-----୮,୫୫ Sakhigopal News,30/3/2024