Breaking News

ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆସନ୍ତା ୩୦ ତାରିଖ ମଧ୍ଯ ରାତ୍ରୀରୁ ଜମିବ



ଜଟଣୀ : ଜଟଣୀ ସନ୍ନିକଟ ପୁରୀଜିଲ୍ଲା ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ହରିରାଜପୁରର ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମାଣ ଚଳିତ ମାସ ଆସନ୍ତା ୩୦ ତାରିଖ ଶନିବାର ମଧ୍ୟରାତ୍ରୀରୁ ଆରମ୍ଭ ହେବ। ୩ ତାରିଖ ବୁଧବାର ଅପରାହ୍ନ ଗୋଧୂଳି ଲଗ୍ନରେ ମେଳଣ ଉତ୍ସବ ତଥା ହରିହର ଭେଟ କାର୍ଯ୍ୟକ୍ରମ ପରେ ଏହି ମେଳଣ ଉଦଯାପିତ ହେବ l ବିଧିବିଧାନ ପୂର୍ବକ ଥାନପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କୁ ସୁସଜ୍ଜିତ ଦୋଳ ବିମାନରେ ମୁଖ୍ୟ ଦ୍ଵାର ଦେଇ ଘଣ୍ଟ ଘଣ୍ଟା, ଭଜନ, କୀର୍ତ୍ତନ, ଘୋଡ଼ା ନାଚ ଓ ନାଗା ନାଚର ତାଳେ ତାଳେ ନିଆଯାଇ ମେଳଣ ସ୍ଥଳୀରେ ଖୁଣ୍ଟି ଲାଗି କରାଯିବ l ଏଥି ସହିତ ଆଖପାଖ ଅଞ୍ଚଳରୁ ପ୍ରାୟ ୮୫ ଟି ଠାକୁରଙ୍କ ଦୋଳ ବିମାନ ମଧ୍ୟ ସମାନ ଭାବେ ଖୁଣ୍ଟି ଲାଗି ହେବେ l ସ୍ଥାନୀୟ ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଣାକାର ଓ ମାନସିକଧାରୀ ମାନେ ନିଜନିଜର ଆତସବାଜି ପ୍ରଦର୍ଶନ କରିବେ l ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଘଣ୍ଟ ବାଦ୍ୟ ଦଳ, ଶଂଖୁଆ ଦଳ, ବିଚିତ୍ରା ଦଳ, ପ୍ରାୟ ୨ ହଜାର ପାଖାପାଖି ସଙ୍କୀର୍ତନ ଦଳ, ପାଇକ ଆଖଡା, ଅଗ୍ନିପିଣ୍ଡୁଳା ପ୍ରଦର୍ଶନ ଓ ନୃତ୍ୟ ପ୍ରଦର୍ଶନ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମେଳଣ ପରିଚାଳନା ପରିଷଦର ସଂଯୋଜକ ତଥା ପ୍ରାକ୍ତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ l ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ପ୍ରେମାନନ୍ଦ ମହାରଥୀ, ବିଷ୍ଣୁପ୍ରସାଦ ଜେନା, ବିସ୍ମୟ ଚମ୍ପତି, ଲଲିତ କୁମାର ବେହେରା, ଗୁଜୁରି ଚମ୍ପତି, ଗଣମାଧ୍ୟମ ସଂଯୋଜକ ହରପ୍ରସାଦ କାଳିଆ ଜେନା ପ୍ରମୁଖ ଉପସ୍ଥିତ ଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୩/୨୦୨୪----୭,୧୦ Sakhigopal News,24/3/2024

Popular Posts