ଜାତୀୟ ବିଜ୍ଞାନ ଦିବସ--୨୦୨୪ ଅନୁଷ୍ଠିତ
ଜଟଣୀ---- ପ୍ରଯୁକ୍ତି ବିଜ୍ଞାନ ସ୍କୁଲ , ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵର କ୍ୟାମ୍ପସ ତରଫରୁ ଜାତୀୟ ବିଜ୍ଞାନ ଦିବସ(୨୦୨୪) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମର ବିଷୟବସ୍ତୁ ବିକାଶଶୀଳ ଭାରତ ନିମନ୍ତେ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା କୌଶଳ ରହିଥିଲା । ଏହି ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କ୍ୟାମ୍ପସ ପରିଶେଷରେ ପକ୍ଷୀମାନଙ୍କର ଚାଲିଚଳନ ଓ ବ୍ଯବହାର, ବିଜ୍ଞାନ ପ୍ରଦୌଗିକ ଉପସ୍ଥାପନା, ପୋଷ୍ଟର, ବିଜ୍ଞାନ ପ୍ରକଳ୍ପ ଓ ଭିଡ଼ିଓ ତିଆରି ଭଳି ଅନେକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ୧୭ଟି ସ୍ଥାୟୀ ବିକାଶ ଉନ୍ନୟନ ଲକ୍ଷ୍ୟ ରୁ ୩ଟି ସ୍ଥାୟୀ ବିକାଶ ଉନ୍ନୟନ ଲକ୍ଷ୍ୟ ଯଥା - ଗୁଣବତ୍ତା ଶିକ୍ଷା, ଶିଳ୍ପ ଓ ନୂତନ ଭିତ୍ତିଭୂମି , ବାୟୁମଣ୍ଡଳ ଜନିତ କାର୍ଯ୍ୟକ୍ରମ ଉପରେ ବିଜ୍ଞାନ ପ୍ରଦୌଗିକ୍ ଉପସ୍ଥାପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର ସମକୁଳପତି ଡକ୍ଟର ବିଶ୍ୱଜିତ୍ ମିଶ୍ର, ନିର୍ଦ୍ଦେଶକ ପ୍ରଫେସର୍ ଜଗନ୍ନାଥ ପାଢ଼ୀ ଉଦଘାଟନ କରିଥିଲେ। ବିଜ୍ଞାନ କ୍ଲବ୍ ଇଲୁମିନାଟି ଦ୍ଵାରା ଆୟୋଜିତ ଏହି କା୍ଯ୍ୟକ୍ରମରେ ପ୍ରଫେସର୍ ସୁବ୍ରତ ଷଡ଼ଙ୍ଗୀ ମୁଖ୍ୟ ସଂଚାଳକ ରୂପେ ଦାୟିତ୍ୱ ପରିବହନ କରିଥିଲେ। ମୁଖ୍ୟ ଅତିଥି ଭାବରେ ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡକ୍ଟର ବିକାଶ କୁମାର ଜେନା, ଆଇ.ଏମ୍.ଏମ୍.ଟି, ଭୁବନେଶ୍ବର ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପ୍ରଯୁକ୍ତି ବିଜ୍ଞାନ ସ୍କୁଲ ର ଡିନ୍ ଡକ୍ଟର ଯଶସ୍ୱୀ ନାୟକ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସଂଚାଳକ ପ୍ରଫେସର୍ ସୁବ୍ରତ ଷଡ଼ଙ୍ଗୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର୍ ଜଗନ୍ନାଥ ପାଢ଼ୀ, ନୂତନ ଗବେଷଣା ଉପରେ ବକ୍ତବ୍ୟ ରଖିଥିଲେ । ଶେଷରେ ପ୍ରଫେସର୍ ପଦ୍ମଜା ପଟ୍ଟନାୟକ ସମସ୍ତ ଅତିଥି, ସହକର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ସହଯୋଗ ନିମନ୍ତେ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୩/୩/୨୦୨୪---୯,୧୫ Sakhigopal News,3/3/2024