ବ୍ଲକ ସ୍ତରୀୟ ଷଷ୍ଠ ମାଧ୍ୟମିକ ପ୍ରଧାନଶିକ୍ଷକ ସମ୍ମିଳନୀ
ଭଞ୍ଜନଗର :- ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ତଳଜୀବିକା ଠାରେ ଭଞ୍ଜନଗର ବ୍ଲକ ସ୍ତରୀୟ ଷଷ୍ଠ ମାଧ୍ୟମିକ ପ୍ରଧାନଶିକ୍ଷକ ସମ୍ମିଳନୀ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡlର ପ୍ରଧାନଶିକ୍ଷକ ସନ୍ତୋଷ ଜେନା ମଂଚାସୀନ ରହିଥିଲେ । ଗାଲେରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଓ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷl ବୈଜନ୍ତିମାଳl ପ୍ରିୟଦର୍ଶିନୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ଆରମ୍ଭପରେ ଚଳିତ ନବମ ଓ ଦଶମ ପରୀକ୍ଷାପରେ ଛାତ୍ରଛାତ୍ରୀ ମାନଙ୍କୁ ପରବର୍ତ୍ତୀ ପାଠ୍ୟଦାନରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦାୟିତ୍ୱ ଓ ଶିକ୍ଷାଦାନ ଉପରେ ଆଲୋଚନା କରାଯାଇଥିଲା l ବିଶେଷକରି ପରୀକ୍ଷା ପରେପରେ ଦଣ୍ଡନାଚ ଆରମ୍ଭ ଓ ପରୀକ୍ଷା ପରବର୍ତ୍ତୀ ଛୁଟି ମନରେ ରହୁଥିବା ଯୋଗୁଁ ଏକ୍ଷେତ୍ରରେ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିଵା ଉପରେ ଗୁରୁତ୍ୱ ଦେବା ଆଲୋଚନା କରାଯାଇଥିଲା l ପରେ ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ସ୍ମାର୍ଟ କ୍ଲାସ,ଇ-ଲାଇବ୍ରେରୀ, ଲେବୋ ରଟାରୀ, ଶୌଚାଳୟ ବୁଲି ଦେଖି ସନ୍ତୁଷ୍ଟ ହୋଇଥିଲେ l ଏଥିରେ ବ୍ଲକ ର ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ lଶେଷରେ ପ୍ରଧାନଶିକ୍ଷକ କେଦାରନାଥ ସେଠି ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୩/୨୦୨୪---୭,୩୫ Sakhigopal News,13/3/2024