Breaking News

ଆମ ଚାଷ ବଗିଚା ପରିଦର୍ଶନ କରି ତାଲିମ ନେଲେ ୨୫ ଜଣ ଚାଷୀ

ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଗୁଆଳିଗୋରଡା ଗ୍ରାମରେ ଅଗ୍ରଣୀ ଚାଷୀ ଚନ୍ଦନ ଖୁଣ୍ଟିଆଙ୍କ ଆମ ଚାଷ ବଗିଚା ବୁଧବାର ପରିଦର୍ଶନ କରି ପ୍ରଶିକ୍ଷଣ ନେଲେ ୨୫ ଜଣ ଚାଷୀ  । ଖୋର୍ଦ୍ଧା ଜିଲା ଉଦ୍ୟାନ ନିର୍ଦ୍ଦେଶକ କାର୍ଯ୍ଯାଳୟଙ୍କ ନିର୍ଦ୍ଦେଶରେ ବେଗୁନିଆ ବ୍ଲକରୁ ୨୫ ଜଣ ଚାଷୀ ପ୍ରଶିକ୍ଷଣ ନେବାକୁ ସତ୍ଯବାଦୀ ବ୍ଲକ ଉଦ୍ଯାନବିଭାଗ କ୍ଷେତ୍ର ଅଧିକାରୀ ଅଶ୍ୱନୀ ମହାପାତ୍ରଙ୍କ ତତ୍ୱାବଧାନରେ ଗୁଆଳିଗୋରଡା ସ୍ଥିତ ଆମ ଚାଷ ବଗିଚାରେ ପହଞ୍ଚି ଥିଲେ  । ସେଠାରେ ରଞ୍ଜା ପୋଟଳ, କାଙ୍କଡ଼, କୁନ୍ଦୁରି ଓ ରଞ୍ଜା ଟମାଟୋ କ୍ଷେତ ପରିଦର୍ଶନ କରିଥିଲେ  । ସେହିପରି ଫଳଦାୟୀ ଆମ୍ବ, ଥାଇଲାଣ୍ଡ ବରକୋଳି, କର୍ଣ୍ଣାଟକର ପଣସ ଓ ପିଜୁଳି ବଗିଚା ପରିଦର୍ଶନ କରିଥିଲେ  । ପରିବା ଜାତୀୟ ଫସଲ ଲଗାଇବା ପ୍ରଣାଳୀ, ସଠିକ୍ ବିହନ ଚୟନ, ରୋଗପୋକ ନିୟନ୍ତ୍ରଣ, ଜଳସେଚନ ଓ ଯତ୍ନ ସଂପର୍କରେ ପଚାରି ବୁଝିଥିଲେ  । ଅନୁରୂପ ଭାବେ ଫଳଗଛ ଗୁଡିକର ଅଧିକ ଅମଳକ୍ଷମ ଚାରା ସଂଗ୍ରହ, ଗଛ ଲଗାଇବା ପଦ୍ଧତି, ସାର ପ୍ରୟୋଗ, କୀଟ ଦମନ ଓ ସର୍ବୋପରି କିପରି ଯତ୍ନ ନେବାକୁ ପଡିବ ସେ ସଂପର୍କରେ ଆମ ଚାଷ ବଗିଚାର ଅଗ୍ରଣୀ  ଶ୍ରୀ ଖୁଣ୍ଟିଆ ସମସ୍ତ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ  । ଆସିଥିବା ଚାଷୀ ମାନେ ଏପରି ଅତ୍ଯାଧୁନିକ ଚାଷ ହେଉଥିବା ଜାଣି ଖୁସି ବ୍ଯକ୍ତ କରିଥିଲେ।     କେତେକ ଚାଷୀ ପିଜୁଳି, ଆମ୍ବ ଚାରା ଶ୍ରୀ ଖୁଣ୍ଟିଆଙ୍କ ନିକଟରୁ କିଣି କରି    ନେଇଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୩/୨୦୨୪---୭,୩୫ Sakhigopal News,6/3/2024

Blog Archive

Popular Posts