Breaking News

ରୁଦ୍ରାଭିଷେକ ଓ ଶିବ ପଞ୍ଚାକ୍ଷର, ମହିମା ସ୍ରୋତ, ବିଶ୍ୱଶାନ୍ତି ମହଯଜ୍ଞରେ କମ୍ପିଲା ଶୈବପୀଠ; ରାତ୍ର ୧୦,୩୦ରେ ଉଠିଲା ମହାଦ୍ୱୀପ



ସାକ୍ଷୀଗୋପାଳ----- ମହାଶିବ ରାତି ପାଇଁ  ଶୈବପୀଠ ଗୁଡିକରେ ରୁଦ୍ରାଭିଷେକ, ଶିବ ପଞ୍ଚାକ୍ଷର, ଶିବ ମହିମା ସ୍ରୋତ, ବିଶ୍ୱଶାନ୍ତି ମହାଯଜ୍ଞ, ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନରେ ଶୀବ ପୀଠ ଗୁଡିକ ଆଧାତ୍ମିକ ପରିବେଷ ସୃଷ୍ଟି ହୋଇଛି ।  ଶିବ ମହିମାରେ ଲଲ୍ଳେଖ ରହିଛି ଏହି ଦିନରେ ଯେଉଁମାନେ ଉଜାଗର ରହି ଶୈବପୀଠରେ ଦ୍ୱୀପ ଜାଳିବା ସହ ଶିବଙ୍କ ନାମ ସ୍ମରଣ କରିବେ ଦେବ ଦେବ ମହାଦେବ ତାର ମାନସିକ ପୂରଣ କରିଥାନ୍ତି । ଏହି ଅବସରରେ ବିଭିନ୍ନ ଶୈବ ପୀଠ ଗୁଡିକ ସଫେଇ କରାଯିବା ସହ ଫୁଲ ଓ ରଙ୍ଗ ବେରଙ୍ଗ ଆଲୋକ ମାଳରେ ମନ୍ଦିରକୁ ସଜ୍ଜିତ କରାଯାଇଛି । ବିଭିନ୍ନ ଶୈବପୀଠ ଗୁଡିକରେ ଧୀର, ନବାତ, ପାଚିଲାକଦଳୀ,  ବେଳପତ୍ର, ଅରଖଫୁଲ, କନିଅର,ପଦ୍ମ,ଅପରାଜିତା, ଗୟଳ ଆଦି ଫୁଲ,ସହିତନଡିଆ, ଖଇକୋରା, ବିଭିନ୍ନ ଫଳମୂଳ ଭୋଗ ସହିତ କେତକୀ ଲାଗି କରିବା ପାଇଁ ଭକ୍ତଙ୍କର ଗହଳି ଲାଗିଥିଲା ।  ଶୈବପୀଠରେ  ଚର୍ତୁପାଶ୍ୱର୍ରେ  ରାତି ସାରା ଉଜାଗର ରହି ଭକ୍ତ ମାନେ ଅଖଣ୍ଡ ଜାଗର ଜାଳି ଥିବା ଦେଖାଯାଇଥିଲା ।  ସେହିପରି ବିଭିନ୍ନ ଶୈବପୀଠ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି ।  ପ୍ରସିଦ୍ଦ ଶୈବପୀଠ ଯୋଡାଲିଙ୍ଗ ଓ ସତ୍ୟବାଦୀର ବରାଳ ବାଲେୁଙ୍କେଶ୍ୱର ଦେବ, ସାଣ୍ଡରା ନୀଳକଣ୍ଠେଶ୍ୱର, ଷୋଳହଳ ଲୋକନାଥ, ବଳପୁର ବାଲୁଙ୍କେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ବିଦ୍ୟାଧରପୁର ଶ୍ରୀକୁଣ୍ଡେଳେଶ୍ୱର, ପାରକେଣା ଗ୍ରାମର ବାଲିକପିଲେଶ୍ୱର, ସାକ୍ଷୀଗୋପାଳ ବଜାରର ରତ୍ନେଶ୍ୱର, ଖଜୁରେଶ୍ୱର, ବନ୍ତେଶ୍ୱର, କୋଶଳେଶ୍ୱର, ଇଷାଣେଶ୍ୱର, ମୁଅଁଖିଆ, ଲକ୍ଷେଶ୍ୱର, ବୀରରାମଚନ୍ଦ୍ରପୁର ଧବଲେଶ୍ୱର ଓ ଲକ୍ଷେଶ୍ୱର, ବାଲିସାହିର ଖରାଖିଆ ମହାଦେବ, ଅଳଗୁମର ଗତିଶ୍ୱର, ବଣିଆସାହିର ବାଲୁଙ୍କେଶ୍ୱର,  ସେବକସାହିର ଅନନ୍ତେଶ୍ୱର,  ଭୁତୁପଡା ବାଲୁଙ୍କେଶ୍ୱର ,  ଇନ୍ଦିପୁରର କୁମାରେଶ୍ୱର, ଓଲବେଦରପଡାର ଇନ୍ଦ୍ରେଶ୍ୱର, ପଟ୍ଟନାୟିକିଆ ର ମାଳ ବାଲୁଙ୍କେଶ୍ୱର ଆଦି ଦେବଙ୍କ ପୀଠ ଗୁଡିକରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି ।  ସତ୍ୟବାଦୀ ବ୍ଳକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ରାତି ୧୦ଟା ୩୦ରେ ହରିହର ଭେଟ ହେବାପରେ ବଡସିଂହାର ପରେ ମନ୍ଦିରଚୁଡାକୁ ୍ର ମହାଦ୍ୱିପ ଉଠିଥିଲା ।  ବ୍ଳକ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍କଳା ରକ୍ଷା କରିବା ନିମନ୍ତେ ସତ୍ୟବାଦୀ ଥାନା ଆଇଆଇସି  ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ  ।ବୀରରାମଚନ୍ଦ୍ରପୁର  ଲକ୍ଷେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଜାଗର ଯାତା ଅବସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ଜଣରୁ ଅଧିକ କବି କବୟତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ସେହିପରି ମୁୃଆଁଖିଆ ମହାଦେବଙ୍କ ପୀଠରେ ଗୋପାଳପୁର ପାଟଣାସ୍ଥିତର ଯୁବକ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ସେବକସାହି ଅନନ୍ତେଶ୍ୱର ଙ୍କ ଦେବଙ୍କ ପୀଠରେ ସାକ୍ଷୀଗୋପାଳଙ୍କ ସେବାୟତ ସଂଘ ଓ ଯୁବକ ମାନଙ୍କ ସହଯୋଗରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୪---୭,୧୦  Sakhigopal News, 9/3/2024

Blog Archive

Popular Posts