Breaking News

ସର୍ଦ୍ଧାର ସଂଗ୍ରାମ ସିଂ ବିଦ୍ୟାଳୟରେ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ


ଭଞ୍ଜନଗର-- ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଗଣ୍ଡାଧର ଗ୍ରାମ ସ୍ଥିତ ସର୍ଦ୍ଧାର ସଂଗ୍ରାମ ସିଂ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ’ ଅଭିଯାନରେ ଶୁଭେଚ୍ଛା ପତ୍ର ପ୍ରଦାନ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ପ୍ରଧାନ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଶିକ୍ଷକ ବଂଶୀଧର ନାୟକ, ରବିନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ରାଉତ, ବିଭୂତି ଭୂଷଣ ପ୍ରଧାନ,ପ୍ରତାପ ଶତପଥୀ,ଜୟଦେବ ଗୌଡ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ବିଶେଷ କରି ୫ଟି ଜରିଆରେ ଉକ୍ତ ବିଦ୍ୟାଳୟର ରୂପରେଖ ବଦଳି ଯାଇଥିବାରୁ ଛାତ୍ରଛାତ୍ରୀ ମାନେ ଉନ୍ନତ ପରିବେଶ ମଧ୍ୟରେ ବର୍ତ୍ତମାନ ଶିକ୍ଷା ଗ୍ରହଣ କରୁଛନ୍ତି। ବିଶେଷ କରି ପୁରାତନ ଛାତ୍ର ମାନଙ୍କ ଅର୍ଥ ଓ ସେବା ପ୍ରଦାନ ଦ୍ବାରା ସ୍କୁଲ ଗୁଡିକରେ ବହୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସେମାନଙ୍କ ନିଜର ପୁରଣା ସ୍କୁଲ ପ୍ରତି ରହିଥିବା ଭଲ ପାଇବାକୁ ସମ୍ମାନ ଜଣାଇ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କହନ୍ତି। ଏଥିରେ ବୁଲୁ ନାୟକ, ଜ୍ଞାନଚାନ୍ଦ ଜଗନ୍ନାଥ, କିରଣବାଳା ଚୋୖଧୁରୀ, ପବିତ୍ର ନାୟକ, ସୁବର୍ଣ୍ଣେଶ୍ବର କର, ପବିତ୍ର ଗୈାଡ, ଉଷାରାଣୀ ନାୟକ ଓ ଦିପ୍ତୀ ଚୋୖଧୁରୀରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୩/୨୦୨୪----୭,୫୦ Sakhigopal News,12/3/2024

Blog Archive

Popular Posts