>>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • >>
  • କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ
  • >>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ଗୁରୁକୁଳ ଉତ୍ସବ ୨୦୨୩ ଉଦଘାଟିତ, ଚଇତି ଘୋଡା ନୃତ୍ୟୁ ଦର୍ଶକଙ୍କ ମନ ମୋହିଳା


    ସାକ୍ଷୀଗୋପାଳ----- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର କରରେ ଅବସ୍ଥିତ ବୀରଗୋବିନ୍ଦପୁର ସ୍ଥିତ ବଡହାଟ ଗ୍ରାମରେ ଗଡି ଉଠିଥିବା  ଗୁରୁ ରାମହରି ଦାସ ଓଡିଶି ଗୁରୁକୁଳ ପକ୍ଷରୁ ଗୁରୁକୁଳ ୨୦୨୩ ଉତ୍ସବ ସଂଧ୍ୟାରେ ଉଦଘାଟିତ ହୋଇଯାଇଛି ।  ଉଦଘାଟନ ସଂଧ୍ୟାରେ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ଡ. ପ୍ରସନ୍ନ କୁମାର ସ୍ୱାଇଁ ଯୋଗ ଦେଇ କଳା ସଂସ୍କୃତି  ଓ ଆମ ସଂସ୍କୃତି, ଆମ ପରମ୍ପରା ଓଡିଶୀ ସଂଗୀତକୁ ବଜାୟ ରଖିବା ସହ ବିଭିନ୍ନ ଦିନରେ ଛାତ୍ରଛାତ୍ରୀଙ୍କୁ ସଠିକ ମାର୍ଗରେ ଶିକ୍ଷା ଦେଇ ଗୁରୁକୁଳର ଅବଦାନକୁ ବେଶ ପ୍ରଶାଂସ କରିଥିଲେ । ଏହି ଅବସରରେ ମହାନ ଓଡିଶି ଗାୟକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ଗୁରୁକୁଳ ସମ୍ମାନରେ ସମା୍‌ମାନିତ କରିବା ସହ ୨୫ ହଜାର ଟଙ୍କା ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା । କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଲାଭ କରିଥିବା ଗୁରୁକୁଳର ନୃତ୍ୟୁ ବିଭାଗର ମୁଖ୍ୟ ଗୁରୁ ନିରଞ୍ଜନ ରାଉତଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।

    ଗୁରୁକୁଳର ପ୍ରତିଷ୍ଠାତା ଗୁରୁ ରାମହରି ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୁରୁକୁଳର ଅଧ୍ୟକ୍ଷ ଗୁରୁ ଧନେଶ୍ୱର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ପ୍ରଥମ ସଂଧ୍ୟାରେ ଗୁରୁକୁଳର ମର୍ଦ୍ଦଳ ବିଭାଗର ଛାତ୍ର ମାନଙ୍କୁ ନେଇ ବୃନ୍ଦ ମର୍ଦ୍ଦଳ ବାଦନ କରାଯିବା ପରେ ପରେ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଛାତ୍ରୀ ଅର୍ପିତା ସାହୁ ଓ ରଶ୍ମିରେଖା ପରିଡା ଯୁଗଳ ବନ୍ଦୀରେ ଓଡିଶି ଗାୟନ କରିଥିଲେ । ଗୀତଟିକୁ ସଂଯୋଜନା କରିଥିଲେ ପ୍ରଧ୍ୟାପକ ଗୁରୁ ଡ. ଧୀରଜ କୁମାର ମହାପାତ୍ର । ଗୁରୁ ଅଭିରାମ ନନ୍ଦ ଏକକ ବଂଶୀ ବାଦନ କରିଥିଲେ ।  ଗୁରୁକୁଳରଓଡିଶି ନୃତ୍ୟୁ ଶ୍ଳପୀ ମାନେ ବୃନ୍ଦ ଓଡିଶି ନୃତ୍ୟୁରେ ଶିବ ତାଣ୍ଡବ ପରିବେଷଣ କରିଥିଲେ ।  ପରିଶେଷରେ ପଦ୍ମଶ୍ରୀ ଗୁରୁ ଉତ୍ସବ ଚରଣ ଦାସ ଚଇତି ଘୋଡା ନୃତ୍ୟ ପରିବେଷଣ କରିଥିଲେ । ଗୁରୁକୁଳର ସମ୍ପାଦକ ହିମାଂଶୁ ଶେଖର ସ୍ୱାଇଁ ତତ୍ୱବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁକୁଳର ଟ୍ରଷ୍ଟି ଡ. ଚିତ୍ତରଞ୍ଜନ ମଲ୍ଲିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ଅସୀମ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୩/୨୦୨୪----୯,୫୦  Sakhigopal News , 29/3/2024

    Blog Archive

    Popular Posts