Breaking News

ମନ୍ଦିର ଚକ୍ର ଓ କଳସ ଚୋରୀକୁ ୫୦ ଦିନ ପୁରିଲା ‌଼଼‌‌ ଟେର ପାଉନି ପୋଲିସ, ଖାଲି ପଡିଛି ମନ୍ଦିରର ଚୂଡା


 
ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ  ତଳିଟାମ୍ପରସରା ଗ୍ରାମର ନବନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ଚୋରୀ ହୋଇଥବା ଅଷ୍ଟଧାତୁର କଳସ ଓ ଚକ୍ର ଏ ଯାବତ ମିଳିପାରିନାହିଁ । ଗତ ଜାନୁଆରୀ ୧୮ ତାରିଖରୁ ୨୨ ତାରିଖ ଯାଏଁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିଲା । ମନ୍ଦିରର  ଦୁଇଟି ଚୂଡା ପାଇଁ ଦୁଇଟି କଳସ ଓ ଦୁଇଟି ଚକ୍ର କଣ୍ଟିଲୋରୁ ଅଣାଯାଇ ପୂଜା ମଣ୍ଡପରେ ରଖାଯାଇ ଦୈନିକ ବିଧିବିଧାନ କରାଯାଇଥିଲା। ଅନ୍ତିମ ଦିବସର ରାତି ପ୍ରାୟ ୩ ଘ. ସମୟରେ ଛୋଟ କଳସ ଓ ଚକ୍ର ପୂଜା  ମଣ୍ତପରୁ ଚୋରୀ ହୋଇଯାଇଛି।  ଯାହାର ଓଜନ ୧୫ ଓ ୭ କେଜି ଥିବାବେଳେ ଆନୁମାନିକ ମୂଲ୍ୟ ୪୫୦୦୦ ଟଙ୍କା ଅଟେ।  ଯାହା ୨୨ ତାରିଖରେ ମନ୍ଦିରର  ଦ୍ବିତୀୟ ଚୂଡାରେ ଲାଗିବାର ଥିଲା ।   ଅନ୍ୟ କଳସ ଚକ୍ର  ପ୍ରାୟ ୮୫ କେ.ଜି ଥିବାରୁ ତାକୁ ଚୋର ନେଇପାରିନଥିଲା ।  ମଣ୍ଡପରୁ ପ୍ରାୟ ୨୦୦ ମିଟର ଦୂରରେ  ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ ଏତେ ଜନଗହଳି ପୂର୍ଣ୍ଣ  ସ୍ଥାନରୁ କଳସ, ଚକ୍ର ଚୋରୀ ହେବାକୁ ଜନସାଧାରଣ  ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କିଛି ସୁରାକ ନ ମିଳିବାରୁ ୨୬ ତାରିଖରେ ଗୋଡଭଗା ଫାଣ୍ଡିରେ କେସ ନଂ ୩୨ ତା ୨୬.୦୧.୨୦୨୪ ରେ ଏକ ମାମାଲା ରୁଜୁ ହୋଇଅଛି । ସନ୍ଦେହ ଘେରରେ କିଛି ଲୋକଙ୍କୁ ପୋଲିସ ପଚରାଉଚୁରା କରିଥିବା ସତ୍ତ୍ବେ କୈାଣସି ସୁଫଳ ମିଳିପାରି ନାହିଁ । ଧର୍ମ ପ୍ରତି ଆଘାତ ସହ ସଂପ୍ରତି  ଦେବଦେବୀଙ୍କ ଅଳଙ୍କାର ଚୋରୀ ବୃଦ୍ଧି ପାଉଥିଲେ ହେଁ ପୋଲିସ ଚୋରକୁ ଧରିପାରୁ ନାହିଁ । ଏ ଭଲି ଘଟଣା ଅତାବିରା ଅଂଚଳରେ ବାରମ୍ବାର ଦେଖିବାକୁ ମିଳୁଥିବାରୁ ଜନ ଅସନ୍ତୋଷ ଦେଖାଯାଉଛି ।  ଏବେବି ମନ୍ଦିରର ଚୂଡା ଖାଲି ରହିଅଛି । ଗ୍ରାମବାସୀଙ୍କ ଭରସା ପୋଲିସ ଉପରେ ରହିଅଛି ତେବେ ଦେଖିବାକୁ ଅଛି ଆଉ କେତେ ଦିନ ପରେ ପୋଲିସ ଚକ୍ର ଓ କଳସକୁ ଉଦ୍ଧାର କରିବାପାଇଁ ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଭକ୍ତ, ବୁଦ୍ଧିଜୀବୀ, ଗ୍ରାମବାସୀ ଓ ଜନସାଧାରଣଙ୍କ ଦାବୀ ହେଉଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୩/୨୦୨୪---୮,୩୫ Sakhigopal News,20/3/2024

Blog Archive

Popular Posts