Breaking News

ସାଗର ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ,ଗଣ ପ୍ରତିନିଧିଙ୍କୁ ଅଣ ଦେଖା

   ସାକ୍ଷୀଗୋପାଳ----- ସତ୍ଯବାଦୀ ଥାନା ଅନ୍ତର୍ଗତ ବଳପୁର ସ୍ଥିତ ଭାର୍ଗବୀ ନଦୀ ରେ ଆସନ୍ତା ୬ ତାରିଖ ରବିବାର ଦିନ ମହାମହତୀ ସ୍ନାନ ଯୋଗରେ ବାରୁଣୀ ବୁଡ଼ ବା ସାଗର ସ୍ନାନ ଯାତ୍ରା ଅନୁଷ୍ଠିତ ହେବ  । ଏଥିପାଇଁ  ବରାଳ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ବରାଳ ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ବଳପୁର ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା । ମାତ୍ର ସାକ୍ଷୀଗୋପାଳ ଏହା ଦୁତୀୟ ଗଣ ପର୍ବ ହୋଇଥିଲେ ମଧ୍ୟ ଗଣପତିନିଧି ମାନଙ୍କୁ ଅଣ ଦେଖା କରାଯାଇଥିଲା । ବୈଠକ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବୈଠକରେ   ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା ଅଧ୍ଯକ୍ଷତା କରିଥିଲେ  । ସତ୍ଯବାଦୀ  ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପ୍ସା ରାୟ, ଏଏସଆଇ ଦିପ୍ତିରଞ୍ଜନ ସାହୁ ,ସାକ୍ଷୀଗୋପାଳ ଦେବୋତ୍ତର  ବିଭାଗ ନିରିକ୍ଷକ, ବରାଳ ବାଲୁଙ୍କେଶ୍ୱର ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ରାଜବଲ୍ଲଭ ମିଶ୍ର   , ବଳପୁର ବାଲୁଙ୍କେଶ୍ୱର ମନ୍ଦିର ମାନେଜିଂଟ୍ରଷ୍ଟି ନିରଞ୍ଜନ ମହାପାତ୍ର, ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର ଓ ବିଷ୍ଣୁପ୍ରିୟା ବରାଳ  ପ୍ରମୁଖ ଉପସ୍ଥିତ ରହିଥିଲେ।  ବିଧିବିଧାନ ଅନୁସାରେ ଦେବ ନୀତି କରାଯିବା ପାଇଁ ନିତି ନିର୍ଘଣ୍ଟ କରାଯାଇ ଥିଲା।   ମେଳା ପଡିଆରେ ନିରବଚ୍ଛିନ୍ନ ବିଜୁଳି ଓ ପାନୀୟ ଜଳ ଯୋଗାଣ, ମେଳା ପଡିଆକୁ ଯିବାରାସ୍ତା ମରାମତି, ଅଗ୍ନିଶମ, ପରିମଳ, ସ୍ୱାସ୍ଥ୍ୟସେବା ପ୍ରତି ଧ୍ଯାନ ଦିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା  । ନଦୀର ଅପର ପାର୍ଶ୍ୱରେ ଥିବା ଯାଗେଶ୍ୱରୀ ମନ୍ଦିର ନିକଟରେ    ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ଯାଧରପୁର କୁଣ୍ଡଳେଶ୍ୱର ମହାଦେବ ତୀର୍ଥ ପିଣ୍ଡିରେ ବିରାଜମାନ କରିବେ  । ସେହିପରି ବରାଳ ଓ ବଳପୁର ବାଲୁଙ୍କେଶ୍ୱର ମହାଦେବ ତୀର୍ଥ ପିଣ୍ଡିରେ ବିରାଜମାନ କରି ଚାରି ଶମ୍ଭୁ ମିଳନ ହୋଇ  ତୀର୍ଥ ସ୍ନାନ କରିବାର ବିଧି ରହିଛି  । ଅନ୍ଯମାନଙ୍କ ମଧ୍ଯରେ ଅଗ୍ନିଶମ ଆଗ୍ନିକ ମନୋଜ କୁମାର ନାୟକ, ଟିପିସିଡିଏଲ ଯନ୍ତ୍ରୀ, ଗ୍ରାମ୍ଯ ପାନୀୟ ଜଳଯୋଗାଣ ଯନ୍ତ୍ରୀ ସୁଜାତା ପରିଡା, ବଳପୁର ସରପଞ୍ଚ ପକ୍ଷରୁ ମନୋଜ ପଣ୍ଡା, ଟ୍ରଷ୍ଟ ବୋର୍ଡ ସଦସ୍ଯ ପ୍ରଭାକର ପ୍ରଧାନ, ବେଣୁଧର ପ୍ରଧାନ, ଗୋପାଳ ଚନ୍ଦ୍ର ପଣ୍ଡା, ଲକ୍ଷ୍ମଣ ପ୍ରଧାନ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ। 

Popular Posts