Breaking News

ବରଗଡ ଜିଲ୍ଲା ନୂତନ କଂଗ୍ରେସ କମିଟି ର ସଭାପତି ହରଦୀପ୍ ସିଂଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

 
 ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଭେଡେନ କଲ୍ୟାଣ ମଣ୍ଡପ ଠାରେ ବରଗଡ ଜିଲ୍ଲା ନୂତନ କଂଗ୍ରେସ କମିଟି ର ସଭାପତି ହରଦୀପ୍ ସିଂଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି ।ଏଥିରେ ପର୍ଯ୍ୟବେକ୍ଷକ ଯୁଗଲ ପ୍ରସାଦ ସିଂ ଯୋଗ ଦେଇଥିଲେ । ଏହି ସମୟରେ ଭେଡେନ ବ୍ଲକ ୨୧ ପଞ୍ଚାୟତ ର ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏଥିରେ ଆସନ୍ତା ଅତାବିରା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରାର୍ଥୀ ମାନେ ଏକହୋଇ କଂଗ୍ରେସ ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ଶପଥ ନେଇଥିଲେ। ବିଜେଡି, ବିଜେପି ସରକାରଙ୍କ ଦୁର୍ନୀତି ସମାଲୋଚନା କରିଥିଲେ। ଏଥିରେ ପୂର୍ବତନ ବ୍ଲକ କଂଗ୍ରେସ ର ସଭାପତି ସୁବ୍ରତ ଗଣେଶ ପ୍ରଧାନ, ଦଶରଥ ମେହେର, ଆର୍ତ୍ତତ୍ରାଣ ତ୍ରିପାଠୀ, ମଧୁ ସୁଦନ ତ୍ରିପାଠୀ, ରସିକ ସାହୁ, ଶରତ ସରାଫ, ଭବାନୀ ଶଙ୍କର ପାଢୀ,ପ୍ରଦୀପ ମହାପାତ୍ର, ଜାପାନୀ ସାହୁ, ତାରାଚାନ୍ଦ ସାଥୁଆ  ଯୋଗ ଦେଇଥିଲେ।ପରିଶେଷରେ ପ୍ରସାଦୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୩/୨୦୨୪---୭,୪୦ Sakhigopal News,6/3/2024

Blog Archive

Popular Posts