ଶାନ୍ତିସ୍ରୋତ ଭବନରେ ମହାଶିବରାତ୍ରି ପାଳନ
ଭଞ୍ଜନଗର-- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଭଞ୍ଜନଗର ଶାଖା ତରଫରୁ ଶାନ୍ତି ସ୍ରୋତ ଭବନଠାରେ ମହାଆଡମ୍ବରରେ ମହାଶିବରାତ୍ରି ପାଳନ କରାଯାଇଛି। ଏଥିରେ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶିବ ଧ୍ବଜା ଉତ୍ତୋଳନ କରାଯାଇଥିଲା । ତ୍ରିଦିବସୀୟ ମେଳା ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରଦର୍ଶିତ ଷ୍ଟଲ ବୁଲିବା ସହିତ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରି ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ତତ୍ ସହିତ ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର, ସମାଜସେବୀ ଶୂଳପାଣି ଭ୍ରାତା ମଧ୍ଯ ଉପସ୍ଥିତ ଥିଲେ । ପରିଶେଷରେ ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଭାଇଭଉଣୀ ଉପସ୍ଥିତ ଉକ୍ତ ଉତ୍ସବର ପାଳନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୩/୨୦୨୪----୮,୫୫ Sakhigopal News,8/3/2024