ସହସ୍ର ଜ୍ୟୋତିର୍ଲିଙ୍ଗର ଦିବ୍ୟ ଦର୍ଶନ ମେଳାର ଶୁଭାରମ୍
ଭଞ୍ଜନଗର -୮୮ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ନିଳାଦ୍ରୀ ବିହାର ଦ୍ବିତୀୟ ଲାଇନ୍ ଠାରେ ତ୍ରିଦିବସୀୟ ସହସ୍ର ଜ୍ୟୋତିର୍ଲିଙ୍ଗର ଦିବ୍ୟ ଦର୍ଶନ ମେଳାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ ମୋଟର ସାଇକେଲ ରାଲିକୁ ଏମ୍ ଭି ଆଇ ଜିତେନ୍ଦ୍ର କୁମାର ମୁର୍ମୁଙ୍କ କରକମଳରେ ଉଦଘାଟନ କରାଯାଇ ସହର ପରିକ୍ରମା କରିଥିଲା ।
ସନ୍ଧ୍ୟା ସମୟରେ ମୁଖ୍ୟ ଅତିଥି ରୂପେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢୀ ଏହି ସହସ୍ର ଜ୍ୟୋତିର୍ଲିଙ୍ଗର ଉନ୍ମୋଚନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ରୂପେ କାରାଧ୍ୟକ୍ଷ ଦଣ୍ଡପାଣି ପାତ୍ର ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଶୂଳପାଣି ଶତପଥୀ ପ୍ରମୁଖ ଯୋଗଦେଇ ଥିଲେ । ସମସ୍ତ ଅତିଥି ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ବିଶ୍ଵ ଭାତୃତ୍ବ ପ୍ରତିଷ୍ଠା କ୍ଷେତ୍ରରେ ଦିଆଯାଉଥିବା ଶିକ୍ଷା ସଂପ୍ରତି ମାନବ ସମାଜ ପାଇଁ ଏକାନ୍ତ ଆବଶ୍ୟକ। ମୁଖ୍ୟ ବ୍ଯକ୍ତା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଉକ୍ତ ମେଳାର ଉଦ୍ଦେଶ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। କୁନି କୁନି ପିଲାଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବ୍ରହ୍ମ କୁମାର ବୈକୁଣ୍ଠ ଭାଇ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମ କୁମାର ଅକ୍ଷୟ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମ କୁମାରୀ ଅଲିଭା, ଅନିତା, ପିଙ୍କି, ସମେତ ଅନ୍ୟ ସମସ୍ତ ଭାଇଭଉଣୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପାଦନ ହୋଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୩/୨୦୨୪---୮,୪୫ Sakhigopal News,8/3/2024