Breaking News

ଗଣ ଯୋଗାଯୋଗ ବିଭାଗର ଆଲୋଚନାଚକ୍ର, ଗଣତନ୍ତ୍ର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ



ଭଞ୍ଜନଗର,- ଗଞ୍ଜାମ ଜିଲ୍ଲାର 
ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଯାଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ବୈଠକରେ ସଭାପତିତ୍ବ କରିଥିଲେ । ଛାତ୍ରୀ ଛାତ୍ର ମାନେ ଯୁକ୍ତ ୩ ସରିବା ପରେ ଗଣ ଯୋଗାଯୋଗ ବିଭାଗରେ କିଭଳି ଭବିଷ୍ୟତ ଗଠନ କରିବେ ସେ ନେଇ କହିଥିଲେ। ପ୍ରଶାସନିକ ଅଧିକାରିଣୀ ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ଶୈଖିକ ପରିଷଦର ମୁଖ୍ୟ ପ୍ରାଧ୍ୟାପକ ବିଭାଶ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ର ସୁରକ୍ଷା ରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଭାଗୀୟ ଅଧ୍ୟାପକ ବାବୁଲା ପ୍ରଧାନ ଆଲୋଚନାରେ ଭାଗ ନେଇ 
ଗଣ ଯୋଗାଯୋଗ ବିଭାଗ କ୍ଷେତ୍ରରେ  ବ୍ୟାପକ ନିଯୁକ୍ତି ସୁଯୋଗ ଅଛି ବୋଲି କହିଥିଲେ। ଅଧ୍ୟାପକ ହରିଶ କୁମାର, ବିଦେଶୀ ରାଉତ, ଛାତ୍ରୀ ପୁଜା ପାତ୍ର, ଶୁଭମ ସୁଭଦ୍ରା ପ୍ରଧାନ, ସାଗରିକା ସ୍ବାଇଁ, ସୁଭାସ୍ମିତା ଗୌଡ, ଛାତ୍ର ସାଇ ଆଦିତ୍ୟ ଜେନା, ଉତ୍ତମ ପ୍ରଧାନ, ବାବୁ ରଥ, ନବୀନ ସ୍ବାଇଁ, ଚିନ୍ମୟ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୮/୩/୨୦୨୪---୮,୪୫ Sakhigopal News,28/3/2024

Popular Posts