ବିଧିବଦ୍ଧ ଭାବେ ଉଦଘାଟନ ହେଲା ଜଟଣୀ ଫ୍ଲାଏ ଓଭର ବ୍ରିଜ , ଉଦଘାଟନକୁ ନେଇ ସ୍ଥାନୀୟ ବିଧାୟକଙ୍କ ଅସନ୍ତୋଷ ପ୍ରକାଶ
ଜଟଣୀ ----
ଜଟଣୀର ବହୁ ପ୍ରତିକ୍ଷୀତ ଫ୍ଲାଏ ଓଭର ବ୍ରିଜକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ ମାଧ୍ୟମରେ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି |ଜଟଣୀ ଫ୍ଲାଏ ଓଭର ବ୍ରିଜ ବହୁ ବାଦ ବିବାଦ ପରେ ଦୀର୍ଘ ଆଠ ବର୍ଷ ପରେ ସମ୍ପୂର୍ଣ୍ଣ ହୋଇଥିଲା |ତେବେ ୮ ମାସ ପୂର୍ବରୁ ଏହି ବ୍ରିଜ ଉପରେ ଲୋକମାନେ ଯିବା ଆସିବା କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ଉଦଘାଟନ ହୋଇ ନଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେସିଂ ମାଧ୍ୟମରେ ଉଦଘାଟନ କରିଥିଲେ |
ଏହି ଅବସରରେ ଜଟଣୀ ଖୁଦୁପୁର ଖେଳ ପଡିଆ ଠାରେ ପୌର ପ୍ରଶାସନ ତତ୍ୱାବଧାନରେ ଏକ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା | କାର୍ଯ୍ୟକ୍ରମରେ ବିଧାୟକ ସୁର ରାଉତରାୟ,ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର,ପୌର ଅଧକ୍ଷ ଅନନ୍ତ ବେହେରା ଏବଂ କିଛି ଶ୍ୱଳ୍ପ ପରିମାଣର ସ୍ୱଚ୍ଛସାଥୀ,ୱାର୍ଡ କୋଡିନେଟର, ୱାର୍ଡ ସୁପରଭାଇଜେର ସହ କମ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ | ଏଥିରେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଏହି ଉଦଘାଟନ ଉତ୍ସବରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଏହି ଓଭର ବ୍ରିଜ ଉଦଘାଟନ ଉତ୍ସବ ଏକ ପ୍ରହସନ l ଏହି ବ୍ରିଜ ନିର୍ମାଣ ସମୟରେ ଅନେକ ବାଧାବିଘ୍ନ ର ସାମ୍ନାକରି ଦୁଇ ଦୁଇ ଥର କୋର୍ଟରେ କେଶ କରି ସ୍ଥାନୀୟ ଲୋକଙ୍କ ସହ ବୁଝାବଣାରେ ଉଛେଦ କାର୍ଯ୍ୟ କରି ବ୍ରିଜ ନିର୍ମାଣ ତ୍ୱରାନ୍ୱିତ ହୋଇ ଦୀର୍ଘ ବର୍ଷ ପରେ ଏହା ସମ୍ପୂର୍ଣ୍ଣ ହୋଇଥିଲା l ନିର୍ମାଣ ଶେଷ ହୋଇ ଜନସାଧାରଣ ଯାତାୟତ କରି ୮ ମାସ ପରେ ଉଦ୍ଘାଟନ ପାଇଁ ସରକାରଙ୍କ ମାନେ ପଡୁଛି l ସରକାରୀ କଳ ରାଜନୈତିକ ଉର୍ଦ୍ଧରେ ରହି କାର୍ଯ୍ୟ କରିବା କଥା l ନିର୍ବାଚନକୁ ଆଖିଆଗରେ ରଖି ଭରଚୁଆଲ ମାଧ୍ୟମରେ ଉଦ୍ଘାଟନ କରି ନିର୍ବାଚନ ପ୍ରଚାର କରିବା ଏକ ମାଧ୍ୟମ l ସବୁ ସ୍ଥାନରେ ଦଳୀୟ ବିଧାୟକ ଅବିଭାଷଣ ରଖିଥିବା ବେଳେ ଜଟଣୀରେ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିବା ବେଳେ ଦଳୀୟ ୱାର୍ଡ କୋଡିନେଟର କହିବା କେତେଦୂର ଯଥାର୍ଥ ଚଳିତ ନିର୍ବାଚନରେ ସାଧାରଣ ଜନତା ଏହାର ଉଚ୍ଚିତ ଜବାବ ଦେବେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୩/୨୦୨୪----୭,୩୫ Sakhigopal News,12/3/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୩/୨୦୨୪----୭,୩୫ Sakhigopal News,12/3/2024