Breaking News

ନୂତନ ଭୋଟର ସଚେତନତା ଶିବିର

ଡେଲାଙ୍ଗ ----  ଭାରତ ସରକାରଙ୍କ ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ପୁରୀ ସହାୟତାରେ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ  ଅପଂ ସୋସିଆଲ ଆକ୍ସନ ଆଣ୍ଡେ ରିସର୍ଚ୍ଚ ଆୟୋଜନ ରେ ଆଗାମୀ ନିର୍ବାଚନ ଉପଲକ୍ଷେ ଡେଲାଙ୍ଗ ବ୍ଲକରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଡେଲାଙ୍ଗ ବ୍ଲକରୁ  ପଚିଶ ଜଣ ରୁ ଅଧିକ ନୂତନ ଯୁବ ଭୋଟର ଭାଗନେଇଥିଲେ । ଅଭୟମୁଖୀ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀ ବାସୁଦେବ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ  ସମାଜସେବୀ ଅଶୋକ କୁମାର ପେଣ୍ଠୋଇ  ନୂତନ ଯୁବ ଭୋଟରଙ୍କୁ କିପରି ଭାବରେ  ଭୋଟ କେନ୍ଦ୍ରରେ  ଭୋଟ ଦେବେ ସେ ବିଷୟରେ  ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର  ସମ୍ପାଦକ ଶ୍ରୀ ପେଣ୍ଠୋଇ ଆୟୋଜନ କରିଥିବା ବେଳେ ପ୍ରକାଶ ଭୋଳ ସହାୟତା ପ୍ରଦାନ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୩/୨୦୨୪---୮,୧୦ Sakhigopal News,10/3/2024

Blog Archive

Popular Posts