Breaking News

ଘୁମୁସର ଗାନ୍ଧୀ ଭାବେ ପରିଚିତ ଦୀନବନ୍ଧୁ ବେହରାଙ୍କ ୧୧୮ ତମ ଜୟନ୍ତୀ ପାଳିତ



ଭଞ୍ଜନଗର -  ଘୁମୁସର ଗାନ୍ଧୀ ଭାବେ ପରିଚିତ ତଥା ପୂର୍ବତନ ବିଧାୟକ ଦୀନବନ୍ଧୁ ବେହରାଙ୍କ ଜୟନ୍ତୀ ପୈତୃକ ଗ୍ରାମ ନଏଟଙ୍ଗଆ ନିକଟସ୍ଥ ରତ୍ନପୁର ଗ୍ରାମରେ ପାଳିତ ହୋଇଯାଇଛି । ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ଗୌଡ଼,ଅବସର ପ୍ରାପ୍ତ କୃଷି ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାସ , ଘୁମୁସର ବିକାଶ ପରିଷଦର ଆବାହକ ସୋମନାଥ ନାୟକ ଓ  ଶିକ୍ଷାବିତ ସିମାଞ୍ଚଳ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ଦୀନବନ୍ଧୁ ବେହେରାଙ୍କ ସମର୍ପିତ ଜୀବନ ଦର୍ଶନ ଉପରେ ସ୍ମୃତିଚାରଣ କରିଥିଲେ l  କାର୍ଯ୍ୟକ୍ରମରେ ଅଞ୍ଚଳର ୧୫ ଜଣ ସଫଳଚାଷୀ , ୧୫ ଜଣ ଶିକ୍ଷାବିତ, ଜନପ୍ରତିନିଧି ,  ଚିକିତ୍ସକ ,  ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଗ୍ରାମ ପରିକ୍ରମା କରି ସ୍ବର୍ଗତ ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ  ଶିକ୍ଷାବିତ କୃତିବାସ ବିଶ୍ୱାଳ, ଲିଙ୍ଗରାଜ ଜେନା, ଅଭିମନ୍ୟୁ ପଣ୍ଡା, ନେତାଜୀ ବିଷୋୟୀ, ସମାଜସେବୀ ଭଜରଆମ ଗୌଡ, ଗୋବିନ୍ଦ ଲେଙ୍କା, ବନମାଳୀ ଲେଙ୍କା, ଚନ୍ଦ୍ରମଣି ଲେଙ୍କା, ଗୋପାଳ ଲେଙ୍କା ଙ୍କ ସମେତ  ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ  ପ୍ରହଲ୍ଲାଦ ଲେଙ୍କା ଓ ବିଭୂପାଦ ଜେନା ପ୍ରମୁଖ ସହଯୋଗ କରିଥିଲେ l ଦୀନବନ୍ଧୁ ବେହେରାଙ୍କ ଜୀବନର ଚଲାପଥ, ସଂଘର୍ଷ ଓ ସେବାମୟ ଜୀବନ ଉପରେ ସଂକ୍ଷିପ୍ତ ବିବରଣୀ ସଭିଙ୍କୁ ବିତରଣ କରାଯାଇଥିଲା । ପୁତ୍ର ଅଜିତ କୁମାର ବେହେରା, ଅମର ବେହେରା ଓ ଅସୀମ ବେହେରାଙ୍କ ସଂଯୋଜନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ  ପ୍ରଶଂସା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୩/୨୦୨୪----୯,୧୦ Sakhigopal News,4/3/2024

Blog Archive

Popular Posts