Breaking News

ଏସବିଆଇ ଲାଇଫ୍ ଇନ୍ୟୁରାନ୍ସ ର ରୂପାନ୍ତରିତ କାର୍ଯ୍ୟାଳୟ ଉଦଘାଟିତ


ଭଞ୍ଜନଗର, - ସହର ସଂଲଗ୍ନ ବାଉଁଶ ଲୁଣ୍ଡି ବାଇପାସ ଛକ ଠାରେ ଏସବିଆଇ ଲାଇଫ ଇନ୍ୟୁରାନ୍ସ କମ୍ପାନୀର ପୂରାତନ କାର୍ଯ୍ୟାଳୟ ର ଆଧୁନିକୀକରଣ କରାଯାଇ ନୂତନ ରୂପାନ୍ତରିତ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କମ୍ପାନୀର ଆଞ୍ଚଳିକ 
ନିର୍ଦ୍ଦେଶକ ପି ଭି ମାରୁତି ନାୟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରି ଭଞ୍ଜନଗରବାସୀ ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ରାଜ୍ୟର କିଛି ହାତଗଣତି ଶାଖାକୁ ଏଭଳି ଅତ୍ୟାଧୁନିକ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟ ରେ ରୂପାନ୍ତରିତ କରାଯାଇଛି ।  ଏହି କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପରିଚାଳକ ବୁଦ୍ଧାଦିତ୍ୟ ବାନାର୍ଜୀ, ଡେପୁଟି ଆର୍ ଏମ୍ ଚିନ୍ମୟ ମହାନ୍ତି, ଡିଭିଜନ ମ୍ୟାନେଜର ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା ରେ ଭଞ୍ଜନଗର ଶାଖା ପରିଚାଳକ ସତ୍ୟନାରାୟଣ ଦାଶ ଓ ଅନ୍ୟ କର୍ମଚାରୀମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ  ଆଞ୍ଚଳିକ ନିର୍ଦେଶକ ମାରୁତି ନାୟୁଡୁ ଜନସାଧାରଣ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏସବିଆଇ ଲାଇଫ୍ ଇନ୍ୟୁରାନ୍ସ ବିଶେଷ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ।  ଆଗାମୀ  ଦିନରେ ଅନୁଷ୍ଠାନ ପକ୍ଷରୁ ଭଞ୍ଜନଗର ଅଞ୍ଚଳ ରେ ଅନେକ ଜନ ମଙ୍ଗଳ କାର୍ଯ୍ୟକ୍ରମ ହାତSakhigopal  ନିଆଯିବ ବୋଲି ସେ ଉଲ୍ଲେଖ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୩/୨୦୨୪----୮,୩୫ Sakhigopal News 22/3/2024

Popular Posts