Breaking News

ସତ୍ୟବାଦୀ ବ୍ଳକରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ


 

ସାକ୍ଷୀଗୋପାଳ ---- ବିଜୁବାବୁଙ୍କ ୧୦୮ତମ ଜନ୍ମ ଦିବସରେ ସତ୍ୟବାଦୀ ବ୍ଳକର ସଦଭାବନା ଗୃହ ପରିସରରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ଲିପ୍ସା ରାୟ, ଏବିଡିଓ ସଲିଲ କୁମାର ଦାଶ, ଏପିଓ ସନ୍ତୋଷ କୁମାର ନାୟକ ଯୋଗ ଦେଇ ବିଜୁବାବୁ କିପରି ପଞ୍ଚାୟତ ରାଜ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିବା ସହ ପଞ୍‌ଚାୟତ ରାଜରେ ମହିଳା ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଥିଲେ ତାହା ଅତିଥି ମାନେ ମତ ପ୍ରକାଶ କରିଥିଲେ । ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ବିଜୁବାବୁ ପଞ୍ଚାୟତର କ୍ଷମତା ଯେପରି ନିର୍ବାଚିତ ସରପଞ୍ଚ ମାନଙ୍କ ହାତକୁ ଦେଇଥିଲେ ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗେଇ ନେଇଥିଲେ । ଏପରିକି ଆବଶ୍ୟକ ସ୍ଥଳେ ସରପଞ୍ଚ ମାନଙ୍କୁ ପଞ୍ଚାୟତର ଜିଲ୍ଲାପାଳ ଭାବେ ଦାୟତ୍ୱ ଦେଇ ଓଡିଆ ଇତିହାସରେ ଆଉ ଏକ ଫର୍ଦ୍ଧ ଯୋଡିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଷ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର ବେହେରା, ନରେନ୍ଦ୍ରପୁର ସରପଞ୍ଚ ଗୌରାଙ୍ଗ ମଲିକ, ସମିତିସଭ୍ୟା ଝରଣା ମଲିକ, ଆଳିସ ପଞ୍ଚାୟତର  ସମିତିସଭ୍ୟ ବିପିନି କୁମାର ବେହେରା, ଅଳଗୁମ ପଞ୍ଚାୟତର ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ, ବୀରରାମଚନ୍ଦ୍ରପୁର ସମିତିସଭ୍ୟକିଶୋର ଭୋଇ, ରାୟଖଣ୍ଡୀ ସମିତିସଭ୍ୟା ରମାମଣି ପାତ୍ର ପ୍ରମୁଖ ଯୋଗଦେଇଥିଲେ ।   ସତ୍ୟବାଦୀ ବ୍ଳକର ଜିପିଓ ସୌଭାଗ୍ୟ ରଞ୍ଜନ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୪---୭,୧୦    Sakhigopal News, 5/3/2024

Blog Archive

Popular Posts