ଭେଡେନ କଲ୍ୟାଣ ମଣ୍ଡପ ପରିସରରେ ମୋତିଆବିନ୍ଦୁ ଚିହ୍ନଟ ଶିବିର
ବରଗଡ଼ --- ବରଗଡ ଜିଲ୍ଲାର ଭେଡେନ କଲ୍ୟାଣ ମଣ୍ଡପ ଠାରେ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ଯାଳୟର ୮୯ ମେଟ୍ରିକ୍ ବ୍ଯାଚ୍ ଛାତ୍ର ଓ ଅମୃତ୍ କୁଟୁମ୍ ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ଦ୍ବାରା ଚକ୍ଷୁ ପରିକ୍ଷା ଆରମ୍ଭ ହୋଇଥିଲା। ତ୍ରିଲୋଚନ ନେତ୍ରାଳୟ ର ଡାଃ ସୁମିତା ଟପ୍ନୋ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଶିବିରରେ ୨୦୦ ଜଣଙ୍କର ଚକ୍ଷୁ ପରୀକ୍ଷା କରା ଯାଇଥିଲା ଓ ତନ୍ମଧ୍ୟରୁ ୪୦ ଜଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁଁ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ନେତ୍ରାଳୟର ଗାଡିରେ ସମ୍ବଲପୁର ନିଆଯାଇ ଚକ୍ଷୁ ଅସ୍ତ୍ରୋପଚାର ପରେ ଭେଡେନ ଫେରି ଆସିଛନ୍ତି ବୋଲି ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ପ୍ରକାଶ କରିଛନ୍ତି। କୁମାରୀ କ୍ରିତିକା ଦେହେରି, କୁମାରି ସରସ୍ବତୀ ବିସି, କୁମାରୀ ରବିନା ଛନ୍ଦ, ସୁମନ୍ତ ଭୋଇ, ମାନସ ବେହେରା ପ୍ରମୁଖ ଚକ୍ଷୁ ପରୀକ୍ଷା ଚିକିତ୍ସା ଓ ଚଷମା ପାଇଁ ସହଯୋଗ କରିଥିଲେ।ଏହି ଶିବିରକୁ ୮୯ ମେଟ୍ରିକ ବ୍ଯାଚ୍ ର ଛାତ୍ର ମାନେ ଓ ଅମୃତ୍ କୁଟୁମ୍ ର ସକ୍ରୀୟ ସଦସ୍ଯ ତେଜରାଜ ମେହେର, ସୁରେନ୍ଦ୍ର ମେହେର, ଘନସ୍ଯାମ ଅଗ୍ରୱାଲା, ବୈଶାଖୁ ମେହେର, ଭିସ୍ମସିଂ ଛନ୍ଦ୍, ଗୋପି ମେହେର, ଭୀମ ଦୁବସାଗର, ଶଶିଭୂଷଣ ପାଣିଗ୍ରାହୀ, ସୁରଜ ମହାରଣା, ଶମ୍ଭୁ ମେହେର, ପ୍ରହଲ୍ଳାଦ ମେହେର ପ୍ରମୁଖ ସହଯୋଗ କରି ଚକ୍ଷୁ ଚିକିତ୍ସା ଶିବିର କୁ ପରିଚାଳନା କରିଥିଲେ।ପରିଶେଷରେ ଅମୃତ୍ କୁଟୁମ୍ ର ସଭାପତି ଆନନ୍ଦ ଚନ୍ଦ୍ର ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୩/୨୦୨୪----୭,୪୫ Sakhigopal News,9/3/2024