Breaking News

କୁକୁଡା ଓ ନଡିଆ ଚାଷର ରକ୍ଷଣାବେକ୍ଷଣ ଉପରେ ତାଲିମ ଶିବିର


ଡୋଲାଙ୍ଗ-  ଓଡିଶା ସରକାରଙ୍କ କୃଷି ବିଞାନ କେନ୍ଦ୍ର, ପୁରୀ  ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅପଂ ସୋସିଆଲ ଆକ୍ସନ ଆଣ୍ଡ୍ ରିସର୍ଚ୍ଚ, ପୁରୀଙ୍କ ସହଯୋଗରେ  ଡେଲାଙ୍ଗ ବ୍ଲକର ଇନ୍ଦିପୁର ଗ୍ରାମ ଠାରେ ଏକ କୁକୁଡା  ଓ ନଡିଆ ଚାଷ ସହିତ ତାର ରକ୍ଷଣାବେକ୍ଷଣ ଉପରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିର ରେ କୃଷି ବିଞାନ କେନ୍ଦ୍ର , ପୁରୀ ର ବୌଞାନିକ ସୁମିତ୍ରା ଆଚାର୍ଯ୍ୟ କୁକୁଡା ଚାଷ ବିଷୟରେ  ତାଲିମ୍ ପ୍ରଦାନ କରିଥିବା ବେଳେ କୃଷି ବିଞାନ କେନ୍ଦ୍ର,ପୁରୀ ର ବୌଞାନୀକ ଦିପଶିଖା ପରମଜିତ  ନଡିଆ ଚାଷ ଏବଂ ରକ୍ଷଣାବେକ୍ଷଣ ଉପରେ ତାଲିମ  ପ୍ରଦାନ କରିଥିଲେ ।   ନଡିଆ ଗଛରୁ କିପରି ଭାବରେ ମେସିନ ସାହାଯ୍ୟ ରେ ନଡିଆ ପରା ଯାଏ ତାହା ପ୍ରଦର୍ଶନ କରିଥିଲେ । ଏହିତାଲିମ କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକର ଆତ୍ମାର ସଭାପତି ଶ୍ରୀମତି ମିନତି ସେନାପତି ମୁଖ୍ୟଅତିଥି ରୁପେ ଯୋଗ ଦେଇଥିଲେ । ଏହି କାର୍ଯକ୍ରମ ରେ ଅଭୟମୁଖୀ ଗ୍ରାମପଞ୍ଚାୟତ ରୁ ୬୦ ଜଣ ପଛୁଆ ବର୍ଗ ପୁରୁଷ ଓ ମହିଳା ତାଲିମ ଗ୍ରହଣ କରିଥିଲେ । ଅନୁଷ୍ଠାନ ର ସଭାପତି ଆଲୋକ କୁମାର ସ୍ବାଇଁ କାର୍ଯ୍ୟକ୍ରମକୁ  ଆୟୋଜନ କରିଥିଲେ ଓ ସମାଜସେବୀ ଅଶୋକ କୁମାର ପେଣ୍ଠୋଇ , ପ୍ରକାଶ ଭୋଳ ଓ ପ୍ରହଲ୍ଲାଦ ଭୋଇ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା ପ୍ରଦାନ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୩/୨୦୨୪-----୯,୧୦ Sakhigopal News,9/3/2024

Blog Archive

Popular Posts