କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
ଜଟଣୀ :--- ଜଟଣୀ ତହସିଲ ଏରିଆ ଅନ୍ତର୍ଗତ କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ତେଜିବାକୁ ଯାଉଛି ଆନ୍ଦୋଳନ । ଏ ନେଇ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି କୁଦିଆରି ମେଳଣ କମିଟି ସଭାପତି ସୁଦର୍ଶନ ସୁନ୍ଦରାୟ ଓ ଅନ୍ୟ କର୍ମକର୍ତ୍ତା I ସୂଚନା ମୁତାବକ ଜଟଣୀ ତହସିଲ ଏରିଆ ଅଧୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ପରିବର୍ତ୍ତନ ହୋଇଯାଇଥିବା କୁଦିଆରୀ ମୌଜା ଏକ ବୃହତ ଭୂଖଣ୍ଡ ଅଞ୍ଚଳ ହୋଇଥିବା ବେଳେ ଏହି ମୌଜାର ପ୍ରାୟ ସମସ୍ତ ଅଞ୍ଚଳ ପୌରାଞ୍ଚଳ ଇଲାକାର ବାରରୁ ଅଧିକ ୱାର୍ଡକୁ ନେଇ ଅନେକ ପୂର୍ବରୁ ଗଠିତ ହୋଇଛି l ଏହି ସବୁ ଅଞ୍ଚଳରେ ବାସ କରୁଥିବା ହଜାର ହଜାର ଜନସଂଖ୍ଯା ବିଶିଷ୍ଟ ବାସଗୃହ ମାନ ରହିଛି l ହେଲେ ବାଛରା ପାଟଣା ଅଞ୍ଚଳରେ ଗୋଟିଏ ପରିସୀମା ମଧ୍ୟରେ ଜଟଣୀ ଆରଆଇ ଓ କୁଦିଆରୀ ଆରଆଇ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉଛି l ତେବେ ମୂଳ ମୌଜା ଠାରୁ ଏହି କାର୍ଯ୍ୟାଳୟ ଦୁର ତଥା ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଏହି ପରିପ୍ରେକ୍ଷୀରେ କିଛି ମାସ ହେବ କିଛି କୁଚକ୍ରୀ ଗୋଷ୍ଠୀ ,କିଛି ସ୍ବାର୍ଥପର ନେତା ମାନେ ପ୍ରଶାସନିକ ଅଧିକାରୀଙ୍କୁ ହାତକରି ରଥିପୁର ଗ୍ରାମରେ ଆରଆଇ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ଯ ଆରମ୍ଭ କରିବାରୁ ଏତାଦୃଶ କାର୍ଯ୍ୟକୁ ବିରୋଧ କରି ମେଳଣ କମିଟି । ସଭାପତି ସୁଦର୍ଶନ ସୁନ୍ଦରାୟଙ୍କ ନେତୃତ୍ବରେ କାଉନସିଲର ଶଶାଙ୍କ ଶେଖର ରାୟ, ଲୁସେନ ରାୟ, କୈଳାସ ଚନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ବଳିଆରସିଂହଙ୍କ ସମେତ କୁଦିଆରୀ ଗ୍ରାମର ମେଳଣ ପରିଚାଳନା କମିଟିର ସଦସ୍ଯ ମାନେ ଏହାକୁ ବିରୋଧ କରି ତହସିଲଦାର ଜଟଣୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମହୋଦୟଙ୍କୁ ଦାବିପତ୍ର ଦେଇ ଏହାକୁ ତୁରନ୍ତ ବନ୍ଦ କରିବା ସହିତ କୁଦିଆରୀର ଆରଆଇ ଅଫିସକୁ କୁଦିଆରୀରେ ନିର୍ମାଣ କରାଯାଉ ବୋଲି ଗତ ଏପ୍ରିଲ ମାସ ୨୩ ତାରିଖରେ ଲିଖିତ ଭାବେ ଦାବି ଜଣାଇଥିଲେ l ଯାହାଫଳରେ ଉକ୍ତ କାର୍ଯ୍ୟ ତିନିମାସ ଧରି ବନ୍ଦ ରହିବା ପରେ ଆଶ୍ଚର୍ଯ୍ୟାନ୍ବିତ ଭାବେ ପୁନର୍ବାର ନିର୍ମାଣ ଆରମ୍ଭ ହୋଇଥିବାକୁ ନେଇ ଅଞ୍ଚଳ ବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି l ସେହିପରି ତହସିଲଦାର ବିଭାଗୀୟ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିର୍ମାଣଧୀନ ରଥିପୁର ଖାତା ନମ୍ବର ୫ ପ୍ଳଟ ନଂ ୧୫୨୬ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବାରୁ ଏନଓସି ଆସିବା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖିବାକୁ ପତ୍ର ଲେଖିଛନ୍ତି l ଅପରପକ୍ଷେ ଆରଆଇ ଅଫିସ୍ କୁଦିଆରିରେ ଓ ମୁଖ୍ୟ ରାସ୍ତା ନବୀକରଣ ବାଇଶି ତାରିଖ ପୂର୍ବରୁ କରାନଗଲେ ଅଞ୍ଚଳ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖ ଦିନ ରାସ୍ତାରୋକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଶଶାଙ୍କ ଶେଖର ରାୟ, ଲୁସେନ ରାୟ, କୈଳାସ ଚନ୍ଦ୍ର ମହାପାତ୍ର, ଲୁସେନ ରାୟ, ଲିଟୁ ରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୭/୨୦୨୫---୪,୧୦ Sakhigopal News,11/7/2025