Breaking News

ସାକ୍ଷୀଗୋପିନାଥ ଚାଚେରୀ ଭୋଗ ଖାଇବା ପାଇଁ ବାହାରିଲେ


 


ସାକ୍ଷୀଗୋପାଳ --- ସାକ୍ଷୀଗୋପିନାଥଙ୍କର  ଫଗୁଦଶମୀ ଅବସରରେ ପଞ୍ଚପଲ୍ଲଭ ଲାଗି ହୋଇଛି । ଗୋଧନବାହୁଡା ଭୋଗ ପରେ ଶ୍ରୀଜିଉଙ୍କର ହୋଳିବେଶ ଆରମ୍ଭ ହୋଇଥିଲା  । ମହାପ୍ରଭୁ ଘେର, ମୁଣ୍ଡରେ ପଗଡି, ପାଇଜାମା,କୁଣ୍ଡଳ, କିରଟି, ସ୍ୱବର୍ଣ୍ଣ ବଂଶୀ , ଗଜମୁକ୍ତାସହିତ ବିଭିନ୍ନ ଅଳଙ୍କାର ମାନ ଲାଗି କରାଯାଇଥିଲା । ପରେ ପରେ ଯାତଭୋଗ ହେବା ପରେ ପଞ୍ଚପଲ୍ଲଭ (ଦୁବ, ନାରିକେଳ, ସ୍ୱତଅଭିର, ଚାଉଳ ଓ କେତକୀ ) ମିଶ୍ରଣ କରାଯାଇ ମହାପ୍ରଭୁଙ୍କୁ  ସେବାୟତ ମାନେ ପଞ୍ଚପଲ୍ଲଭ  ଲାଗି କରିଥିଲେ । ଚଳନ୍ତି ପ୍ରତିମା ମଦନମୋହନ ଦେବ ସୁସଜିତ ବିମାନରେ ବିଜେକରି ଘଣ୍ଟ, ଘଣ୍ଟା କାହାଳି, ଛତ୍ରି, ତ୍ରାସ, ବୈରଖ,ମଶାଲ ବାଜା ବାଜି ପାଞ୍ଚଦିନ ଧରି ଚାଚେରୀ ଭୋଗ ଖାଇବାପାଇଁ   ଗୋପାଳପୁର ପାଟଣା ଗ୍ରାମକୁ ଚାଚେରୀ ଭୋଗ ଖାଇବା ପାଇଁ ଯାଇଥାନ୍ତି । ଗ୍ରାମବାସୀ ମାନଙ୍କ ପକ୍ଷରୁ ଗ୍ରାମ ମୁଣ୍ଡରେ ସ୍ୱତନ୍ତ୍ର ଭାବେ ଠାକୁରଙ୍କୁ ପାଛୋଟି ନେବା ପାଇଁ ଆମ୍ବ ଡାଳରେ ତୋରଣ ସହିତ କଦଳୀଗଛ ଓ ଫୁଲମାଳରେ ସଜାଯାଇଥିଲା । ଗ୍ରାମକୁ ପ୍ରଭୁ ଗୋପିନାଥ ଆସୁଥିବାରୁ ଗ୍ରାମ ଦାଣ୍ଡ ସଫେଇ ସହିତ ସମସ୍ତଙ୍କ ଘର ଆଗରେ ପ୍ରଦୀପ ପ୍ରଜଳନ ସହିତ  ଝୋଟି, ପୂର୍ଣ୍ଣକୁମ୍ଭ ବସାଯାଇଥାଏ । ବିଶେଷ କରି  ଭୋଗରେ ନିଶ୍ଚିତ ଭାବେ ଚଣା, ଆମ୍ବ, ଖଇ,କୋରା, ପାଚିଲାକଦଳୀ, ଛେନା, ଖୁଆ, ସର ଲବଣୀ, ଚୁଡାଘଷା, ସାକର, ଖଜା, ଫଳମୂଳ ଓ ପଇଡ ଭୋଗ ଅର୍ପଣ କରାଯାଇଥାଏ । ସେଠାରୁ  ଠାକୁର ମନ୍ଦିରକୁ ଫେରିବା ପରେ ସଂଧ୍ୟାଧୂପ ଓ ବଡସିଂହାର ହେବାପରେ ପୁଷ୍ପାଞ୍ଜଳି ନୀତି ସରିବା ପରେ ମନ୍ଦିର ପହଡ ପଡିଥାଏ । ଏହି ନୀତି ପାଞ୍ଚଦିନ ଧରି ଚାଲିଥାଏ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍‌କ ତତ୍ୱବଧାନରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୪---୮,୧୦    Sakhigopal News, 20/3/2024

Blog Archive

Popular Posts