Breaking News

ଶିବରାତ୍ରୀରେ ସ୍ବେଚ୍ଛାସେବୀ ଅନୁଷ୍ଠାନ-ଆରଦା ବିକାଶ ପରିଷଦର ପାନୀୟ ଜଳ ବଣ୍ଟନ ଏବଂ ଅଂଶୁଘାତ ସଚେତନା


ଡେଲାଙ୍ଗ - ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆରଦା ବିକାଶ ପରିଷଦର ଯୁବ ସ୍ୱେଚ୍ଛାସେବୀମାନେ ବସନ୍ତପଡା ଶ୍ରୀଶ୍ରୀ କପିଳେଶ୍ୱର ଦେବଙ୍କ ଜାଗର ପୀଠରେ ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ଏବଂ ଓଆରଏସ  ଦ୍ରବଣ ବଣ୍ଟନ କରିଥିଲେ। ହଜାର ହଜାର  ଶ୍ରଦ୍ଧାଳୁ ଶିବରାତ୍ରୀରେ ବହୁ ପୁରାତନ ଶୈବପୀଠ କପିଳେଶ୍ୱରଙ୍କୁ ଦର୍ଶନ କରିବା ଏବଂ ଦୀପ ଜଳିବା ପାଇଁ ଆସିଥିଲେ। ଶିବରାତ୍ରୀରେ ଶ୍ରଦ୍ଧାଳୁମାନଙ୍କୁ ପ୍ରଚଣ୍ଡ ଖରା ଓ ଅଂଶୁଘାତରୁ ସୁରକ୍ଷା ପାଇଁ ପରିଷଦ ସ୍ବେଚ୍ଛାସେବୀ ଏହି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।  ଅନୁଷ୍ଠାନର ସମ୍ପାଦକ ତଥା କଣାସ ମେଡିକାଲର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଧନେଶ୍ବର ସ୍ୱାଇଁ  ଏବର୍ଷ ହେବାକୁଥିବା *ଶିବରାତ୍ରୀରେ ସ୍ବେଚ୍ଛାସେବୀ ଅନୁଷ୍ଠାନ-ଆରଦା ବିକାଶ ପରିଷଦର ପାନୀୟ ଜଳ ବଣ୍ଟନ ଏବଂ ଅଂଶୁଘାତ ସମ୍ପର୍କରେ ସଚେତନତା କରାଇବା ସହ ଓଆରଏସ ର ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର ସମ୍ପର୍କରେ ଜନ-ସଚେତନତା କରାଇଥିଲେ। ଅନ୍ୟପକ୍ଷରେ
ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆରମ୍ଭ ହୋଇଥିବା ଦାତବ୍ୟ ହୋମିଓପ୍ୟାଥିକ କ୍ଲିନିକରେ ମାଗଣା ଚିକିତ୍ସା ସେବା ଗ୍ରହଣ କରିବା ପାଇଁ ଆରଦା ବିକାଶ ପରିଷଦର ସ୍ବେଚ୍ଛାସେବୀ ସର୍ବଶ୍ରୀ ସୁଦର୍ଶନ ବେହେରା, ସରୋଜ କୁମାର ସ୍ୱାଇଁ, ପୁଷ୍ପାଞ୍ଜଳି ସ୍ୱାଇଁ, କିଶୋର ସ୍ୱାଇଁ, ଚନ୍ଦନ ସ୍ୱାଇଁ, ଦେରୁ ବାଶିଷ ବେହେରା,  ଜଗନ୍ନାଥ ଛାଟୋଇ, ଜନାର୍ଦ୍ଦନ ସ୍ୱାଇଁ, ହେମନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ୁ
ଏହି କାର୍ଯ୍ୟକ୍ରମରେ ଗ୍ରାମର ଛାତ୍ରଛାତ୍ରୀ ସର୍ବଶ୍ରୀ ଦିପ୍ତାଂସୁ,8 ଓଁମ,ଧୂ ବାବୁନା, ନବୀନ, ଧୋନୀ, ଗୁଡୁ, ଶିବୁ, ଶୁଭ ପ୍ରମୁଖ ପାନୀୟ ଜଳ ବଣ୍ଟନରେ ସାହାଯ୍ୟ କରିଥିଲେ।   ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୯/,୩/୨୦୨୪----୭,୪୫ Sakhigopal News,9/3/2024

Blog Archive

Popular Posts