Breaking News

ଜଟଣୀ ବାର୍ ଆସୋସିଏସନ୍ ନିର୍ବାଚନ ଫଳାଫଳ ଘୋଷିତ




ଜଟଣୀ : ରାଜ୍ଯ ବାର କାଉନସିଲ୍ ସହିତ ସହବନ୍ଧିତ ଥିବା ଜଟଣୀ ବାର୍ ଆସୋସିଏସନ୍ ର ନିର୍ବାଚନ ପ୍ରକ୍ରିୟା ଶନିବାର ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅପ୍ରତିଦ୍ୱନ୍ଦୀ ଭାବେ ପୂର୍ବରୁ ସଭାପତି ଶରତ ଚନ୍ଦ୍ର ପାଇକରାୟ , ସହସମ୍ପାଦକ ଭାବେ ହରପ୍ରସାଦ ବରାଳ, କୋଷାଧ୍ଯକ୍ଷ ଭାବେ ମାନସ ରଞ୍ଜନ ସୁବୁଦ୍ଧି ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଯଥାକ୍ରମେ ଅମୀୟ ରଂଜନ ବେହେରା, ରୁଷିକୁଲ୍ୟା ସାମନ୍ତରାୟ, ବି ମଧୁସ୍ମିତା, ରଘୁନାଥ ନାୟକ, ସୌଭାଗ୍ଯ କୁମାର ଜଗଦେବ୍, ସୁଶୀଲ କୁମାର ରଥ ଓ ଶୁଭେନ୍ଦୁ ପଟ୍ଟନାୟକ ମନୋନୀତ ହୋଇସାରିଥିଲେ l ତେବେ ଶନିବାର ସକାଳ ୮ ଘଟିକା ସମୟ ଠାରୁ ଭୋଟ ଦାନ ଆରମ୍ଭ ହୋଇଥିଲା l ଉପସଭାପତି ପଦ ପାଇଁ ମିହିର କାନ୍ତ କୋଠାରୀ ଏବଂ ସୁରେଶ୍ କୁମାର ସେଠୀ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଉପସଭାପତି ଭାବେ ମିହିର କାନ୍ତ କୋଠାରୀ ନିର୍ବାଚିତ ହେଇଥିଲେ। ସମ୍ପାଦକ ପଦବୀ ପାଇଁ ଦୁଇ ହେଭିୱେଟ ଅଧିବକ୍ତା ବିଜୟ କୁମାର ମହାପାତ୍ର ଏବଂ ବ୍ରଜବନ୍ଧୁ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା ।  ସମ୍ପାଦକ ପଦଟି ବ୍ରଜବନ୍ଧୁ ପ୍ରଧାନ ଅକ୍ତିଆର କରିଥିଲେ l ଏହି ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ ଅଧିକାରୀ ସାନୁଜ କୁମାର ମିଶ୍ର ପରିଚାଳନା କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୩/୨୦୨୪----୭,୫୫ Sakhigopal News,30/3/2024

Popular Posts