Breaking News

ଅଗ୍ନିକାଣ୍ଡ ଘଟି , ୫ ଟି ଘର ଭସ୍ମୀଭୂତ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ



ଭଂଜନଗର - ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି  ଜଳିଗଲା  ୫ ଟି ଘର । ଭଂଜନଗର ଥାନା ଅନ୍ତର୍ଗତ ମୁଜାଗଡ ଗାଁ ରେ ଘଟିଛି ଏଭଳି ଘଟଣା ।  ଖବର ପାଇ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ । ଏହି  ଅଗ୍ନିକାଣ୍ଡରେ ଇନାଜୀ ସେଠୀ , ଭିକାରୀ ସେଠୀ , ନରୋତ୍ତମ ସେଠୀ , ଅରକ୍ଷିତ ସେଠୀ  ଏବଂ ନରୋତ୍ତମ ନାଇକ ଙ୍କ ଘର ଜଳି ଯାଇଛି । ଲକ୍ଷାଧିକ ଟଙ୍କାର ମୂଲ୍ୟର ଆସବାବପତ୍ର , ଘରକରଣା ପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା ପ୍ରକାରେ ଇନାଜୀ ସେଠୀ ଙ୍କ ଘରେ ଜଣେ ବ୍ୟବସାୟୀ ମିଠା ତିଆରି କରିବାକୁ ଗ୍ୟାସ୍ ଚୁଲା ଲଗାଉଥିଲେ । ସେହି ସମୟରେ  ଗ୍ୟାସ ସିଲିଣ୍ଡର ର ପାଇପ୍ ରୁ ଗ୍ୟାସ୍ ନିର୍ଗତ ହେବାରୁ ଅଗ୍ନିକାଣ୍ଡ ଘଟିଥିଲା । କ୍ଷତିଗ୍ରସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଜରୁରୀ ହୋଇଛି ବୋଲି , ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୩/୨୦୨୪---୮,୫୫ Sakhigopal News,3/3/2024

Blog Archive

Popular Posts