>>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • ଭଏସ ଅଫ ମିଡିଆ ୟୁନିଟ୍ ତରଫରୁ ବରଗଡ ଶାଖା ଗଠିତ


    ବରଗଡ --- ଭଏସ ଅଫ ମିଡିଆ ୟୁନିଟ୍ ତରଫରୁ ବରଗଡ ଗାନ୍ଧୀ ଭବନ ଠାରେ ବରଗଡ ଶାଖା ଗଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ମେଡିସିନ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶଙ୍କର ରାମଚନ୍ଦାନୀ ଯୋଗ ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଭଏସ ଅଫ ମିଡିଆ ର ଓଡିଶା ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର, ସ୍ଵତନ୍ତ୍ର ବକ୍ତା ଭାବେ ସମ୍ବଲପୁରୀ ବସ୍ତ୍ରାଳୟ ର ସଭାପତି ସମ୍ବିତ ଆଚାର୍ଯ୍ୟ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରଗଡ ବିଶ୍ଵ ହିନ୍ଦୁ ପରିଷଦର ସଭାପତି ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ଅଭିଭାବକ ସଂଘ ର ସଭାପତି ବିମଲ କିଶୋର ଦାଶ ଓ ବରିଷ୍ଠ ସାମ୍ବାଦିକ ଅଶ୍ଵିନୀ କୁମାର ଦର୍ଜି ଯୋଗଦେଇ ଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ବାଗଦେବୀ ସରସ୍ଵତୀ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।  ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ସୌଭାଗ୍ୟ ଲକ୍ଷ୍ମୀ ଦାଶ ଓ ମଂଚ ପରିଚାଳନା କରିଥିଲେ ଶିକ୍ଷାବିତ୍ ସୁମନ୍ତ ଆଚାର୍ଯ୍ୟ ଓ ମହେଶ ଶତପଥୀ।  ଭଏସ ଅଫ ମିଡିଆ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଭଏସ ଅଫ ମିଡିଆ ସାମ୍ବାଦିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମାଭୁକ୍ତ ପାଇଁ ୧୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ଏହି ଅବସରରେ ବରଗଡ ଜିଲ୍ଲା ଭଏସ ଅଫ ମିଡିଆ ଶାଖା ଗଠନ କରାଯାଇଥିଲା । ସଭାପତି ଭାବରେ ସମ୍ବାଦିକ ଭବାନୀ ଶଙ୍କର ପାଢ଼ୀ,  ଉପସଭାପତି ଭାଗବତିଆ ମେହେର, ସମ୍ପାଦକ  ମୋତିଲାଲ ବାଗ, ସହ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ମିଡିଆ ସେଲ କୋଅଡିନେଟର  ସୁରେଶ ମହାନନ୍ଦ, କୋଷାଧ୍ୟକ୍ଷ କ୍ଷମାନିଧି ବଣ୍ଡୁକି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୋମନାଥ ବାଗ, ସୌଦାଗର ବରିହା, ନାରାୟଣ ସତନାମୀ, ବାସନ୍ତୀ ବାଗ, ନିର୍ମଲ କୁମାର ମେହେର କୁ ପରିଚୟ ପତ୍ର, ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ  ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସଂଗଠନ ବ୍ଯକ୍ତିବିଶେଷ ମାନଙ୍କୁ ଟ୍ରଫି ସହ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ସମ୍ପାଦକ ମୋତିଲାଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୩/୨୦୨୪----୭,୧୫ Sakhigopal News,4/3/2024

    Blog Archive

    Popular Posts