Breaking News

ନିଷ୍ଠା ପରିବାର ପକ୍ଷରୁ ଅସହାୟ ଅବସ୍ଥାରେ ପଡିଥିବା ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

 
ବରଗଡ଼ --- ବରଗଡ ଜିଲ୍ଲା ନିଷ୍ଠା ପରିବାର ପକ୍ଷରୁ ଏକ ଅସହାୟ ମହିଳାଙ୍କୁ ଉଦ୍ଧାର କରିଛି।ବରଗଡ଼ କାଳିମନ୍ଦିର ସ୍ଥିତ ଏ ଟି ମ ପାଖରେ ଅସହାୟ ଅବସ୍ଥାରେ ଏକ ମହିଳା ପଡିଥିବା ନିଷ୍ଠା ପରିବାର ଖବର ପାଇଥିଲେ । ତୁରନ୍ତ ନିଷ୍ଠା ପରିବାର ର ମହିଳା ସଦସ୍ୟା ସୂତପା ଗଡତୀଆ ଓ ସହ ସମ୍ପାଦକ ସଙ୍କେତ ଆଠଘରା ସେହି ସ୍ଥାନରେ ପହଞ୍ଚିଥିଲେ । ମହିଳାଙ୍କୁ ତୁରନ୍ତ ଏକ ଟେମ୍ପୋ ଯୋଗେ ଖେଦାପାଲି ଡାକ୍ତରଖାନା କୁ ନେଇ ଥିଲେ। ସେ ତାଙ୍କ ଘର ବରଗଡ ବାନ୍ଦୁଟିକ୍ରା କହୁଥିବା ବେଳେ, ନିଜ ର ନାଆଁ ଭଲ ସେ କହି ପାରୁ ନାହାନ୍ତି। ବର୍ତ୍ତମାନ ସେ ଖେଦାପାଲି ଡାକ୍ତରଖାନା ରେ ଚିକିତ୍ସାଧିନ ଅଛନ୍ତି।ତାଙ୍କର ଡାହାଣ ଗୋଡ ରେ ଆଘାତ ଥିବା ଜଣାପଡିଛି। ମା ସମଲେଇ ଙ୍କ କୃପା ରୁ ଶିଘ୍ର ଭଲ ହେବେ ତା ପରେ ତାଙ୍କୁ ବୃଦ୍ଧା ଶ୍ରମ ରେ ଥାଇଥାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୨୯/୩/୨୦୨୪---୭,୨୦ Sakhigopal News,29/3/2024



Popular Posts