Breaking News

ଜଟଣୀରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ


ଜଟଣୀ : -ସମ୍ଭାବନା ପରିବାର ଓ ତାଲୁକା ଆଇନସେବା କମିଟି ଜଟଣୀ ମିଳିତ ଆନୁକୂଲ୍ୟରେ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ମେଳଣ ପଡିଆ ଠାରେ “ଆନ୍ତର୍ଜାତୀୟ ମହିଳା ଦିବସ” ପାଳିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ହୋତାଙ୍କ ପୌରାହିତ୍ୟରେ ତଥା ଜଟଣୀ ବାର୍ ଆସୋସିଏସନ୍ ସମ୍ପାଦକ ବିଜୟ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଚାରପତି  ହିତାଶ୍ରୀ ବେହେରା, ସମ୍ମାନିତ ଅତିଥି ଭାବେ କାଉନସିଲର ସୁନୀତା ରାୟ, ଅଧିବକ୍ତା ସଂଜୟ କୁମାର ମହାପାତ୍ର, ସରକାରି ଅଧିବକ୍ତା ଅକ୍ଷୟ କୁମାର ଦାସ, କାଉନସିଲର ତଥା ଆଇନଜୀବୀ ଶଶାଙ୍କ ଶେଖର ରାୟ, ଶାନ୍ତି ସୁରକ୍ଷା କିନ୍ନର ସଂଘ ସଭାନେତ୍ରୀ ନମିତା ପରିଡା, ଅଧିବକ୍ତା ରୁଷିକୁଲ୍ୟା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ସମ୍ଭାବନା ପରିବାର ପକ୍ଷରୁ ସମ୍ପାଦକ ଦେବପ୍ରସାଦ ଦାଶ ସଂଯୋଜନା କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଲୁସେନ ରାୟ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ସଂଗଠନ ସମ୍ପାଦକ ସଞ୍ଜୟ ବରିସଲ, ଶରତ କୁମାର ରେଡି, ସହ ସମ୍ପାଦକ ଅମିନ ରାଉତ, ନିରୂପମା ସ୍ଵାଇଁ, ସ୍ମିତା ପଟ୍ଟନାୟକ, ଉପସଭାପତି ଦିଲ୍ଲୀପ କୁମାର ସିଂ, ସୁବ୍ରତ ମହାରଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ସଚେତନତା ସଭାରେ ଅଞ୍ଚଳର ବହୁ ମହିଳା ମାନେ ଉପସ୍ଥିତ ଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୩/୨୦୨୪----୮,୫୫ Sakhigopal News,8/3/2024

Blog Archive

Popular Posts