Breaking News

୭୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ବିଏସକେୱାଇ ନବୀନ ହେଲଥ କାର୍ଡ ପ୍ରଦାନ ; ମେ ୧ ତାରିଖରୁ ଏହି କାର୍ଡ କାର୍ଯ୍ୟାକାରୀ ହେବ



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ପରିସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସ କେ ୱାଇ ନବୀନ କାର୍ଡ ପ୍ରଦାନ ଆରମ୍ଭ କରିବା ପରେ ସତ୍ୟବାଦୀ ବ୍ଳକ ପରିସରରେ ୭୧ ଜଣଙ୍କୁ ଏହି ସ୍ୱାସ୍ଥ୍ୟବୀମା କାର୍ଡପ୍ରଦାନ କରାଯାଇଛି । ସୁଚନାଯୋଗ୍ୟ ଯେ ଏହି କାର୍ଡ ପାଇବା ପାଇଁ ସତ୍ୟବାଦୀ ବ୍ଳକର ୨୪ ଗୋଟି ପଞ୍ଚାୟତରୁ ପ୍ରାୟ ୧୬ଶହ ହିତାଧିକାରୀ ଅନଲାଇନି ମାଧ୍ୟମରେ ଦରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟମରୁ ୧୮୩ ଜଣଙ୍କର କାର୍ଡ ଆସିଛି ।  ଆଜି ପ୍ରଥମ ପର୍ଯ୍ୟାୟରେ ୭୧ଜଣ ସେମାନଙ୍କର ପରିଚୟ ପତ୍ର ଦାଖଲ କରି କାର୍ଡ ସଂଗ୍ରହ କରିଥିବା ସତ୍ୟବାଦୀ ବ୍ଳକ ଉନ୍ନୟନ ଅଧିକାରିଣୀ ଲିପ୍ସା ରାୟଙ୍କ ଠାରୁ ସୁଚନା ମଳିଛି । ଅନୁଷ୍ଠିତ କାର୍ଡ ବଣ୍ଟନ ମେଳାକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କେ କହିବା ସହ ଏହି କାର୍ଡ କିପରି ଲୋକଙ୍କୁ ସାହାର୍ଯ୍ୟ ସହଯୋଗ କରୁଛି ତାହା ଉପସ୍ଥିତ ଲୋକମାନଙ୍କୁ ବୁଝାଇଥିଲେ । ଏହି କାର୍ଡ ମେ ୧ ତାରିଖରୁ କାର୍ଯ୍ୟକାରୀ ହେବ । ଅନ୍ୟ ମାନଙ୍କୁ ବହୁ ଶିଘ୍ର ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି ।  ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ଅତିରିକ୍ତ ତହସିଲଦାର ରାଜେଶ ପିୟଦର୍ଶୀ ଯୋଗ ଦେଇଥିବା ବେଳେ ଅତିରିକ୍ତ ବିଡିଓ ସଲିଲ କୁମାର ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୩/୨୦୨୪---୭,୧୦   Sakhigopal News, 6/3/2024

Blog Archive

Popular Posts