Breaking News

ବାବା ଲକ୍ଷେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଦୁତୀୟ ବାର୍ଷିକ ଗ୍ରାମୀଣ କବି ସମ୍ମଳନୀ ଅନୁଷ୍ଠିତ

  


ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ ସ୍ଥିତ ବୀରରାମଚନ୍ଦ୍ରପୁର ଆଦ୍ୟ ଶାସନ ଗ୍ରାମ ମୁଣ୍ଡରେ ଥିବା ବାବା ଲକ୍ଷେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଜାଗର ଯାତ୍ରା ଅବସରରେ ଦୁତୀୟ ବାର୍ଷିକ ଗ୍ରାମୀଣ କବିତା ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛ ।  ପ୍ରାକ୍ତନ ପ୍ରଧ୍ୟାପକ ଡ, ବସନ୍ତ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠିତ କବିତା ସମ୍ମଳନୀରେ ପ୍ରାକ୍ତନ ପ୍ରଧ୍ୟାପକ ବୃନ୍ଦାବନ ରଥ ସଭାପତିତ୍ୱ କରିଥିଲେ । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ଜଣ କବି କବୟତ୍ରୀ ମାନେ ଯୋଗ ଦେଇ  ଜାଗରଯାତ୍ରା ସମ୍ମନ୍ଦୀୟ ତଥା ମହାଦେବଙ୍କ ଉପରେ ସ୍ୱରଚିତ କବିତା ପାଠ କରିଥିଲେ । କବି ଦିଗମ୍ବର ରଥ, ବିଜୟ ମିଶ୍ର, ବିଶାଖାଦେବୀ, ବିଭୂତି ଭୂଷଣ ହୋତା, ବିଜୟ ପଟ୍ଟନାୟକ, ଅନୁସୟା ମିଶ୍ର, ମହାଦେବ ମିଶ୍ର, ହୃଷୀକେଷ ପାଢ଼ୀ  କବିତା ପାଠ କରିଥିଲେ ।ଶିକ୍ଷୟତ୍ରୀ ସୁଜତା ଦେବୀ ଓ ଡେଲାଙ୍ଗର ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ କବିତା ପାଠ ଉତ୍ସବକୁ ସଂଯୋଜନା କରିଥିଲେ । ପରେ ପରେ ମୁନା ପତିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫଟା ବାଇଦକୁ ଯୋଡିବ କିଏ ନାଟକ ସ୍ଥାନୀୟ କଳାକାରା ମାନଙ୍କୁ ନେଇ ମଞ୍ଚସ୍ଥ ହୋଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ରସେନାପତି, ୯/୩/୨୦୨୪----୭,୧୦    Sakhigopal News, 9/3/2024

Blog Archive

Popular Posts